ନିଶୁଳ୍କ ଯୋଗ ବିଜ୍ଞାନ ଶିବିର ଅନୁଷ୍ଠିତ
ଜଗତ୍ସିଂହପୁର ଜିଲା ରଘୁନାଥପୁର ଭାସିଲପୁର ଗ୍ରାମର ଭଗବତୀ ନିବାସରେ ଆସନ୍ତା ତା 03-11-2024 ରିଖ ଠାରୁ ପ୍ରତିଦିନ ନିଶୁଳ୍କ ଯୋଗ ବିଜ୍ଞାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି. ଏହି ଯୋଗ ଶିବିରରେ ହରିଦ୍ଵାର ପରମ ପୂଜ୍ୟ ସ୍ଵାମୀ ରାମଦେବଜି ଙ୍କ ନିର୍ଦ୍ଦେଶରେ ଯୋଗ ପ୍ରଶିକ୍ଷଣ ପ୍ରାପ୍ତ,ଅଭିଜ୍ଞ ଯୋଗ ଶିକ୍ଷକ ମାନେ ଯୋଗ ପ୍ରଶିକ୍ଷଣ ଦେବେ. ଆଜିର ମଣିଷ ବହୁ ଦୁରାରୋଗ୍ୟ ରେ ପୀଡିତ ହେବାର ଦେଖାଯାଇଛି. ଜଦୀ ମଣିଷ ଯୋଗକୁ ନିଜର କରିପାରିଲା ତେବେ ତାକୁ କୌଣସି ରୋଗର ଶିକାର ହେବାକୁ ପଡିବ ନାହିଁ. ଯୋଗ,ପ୍ରାଣାୟାମ ଜଦୀ ସବୁଦିନ ସକାଳୁ ଅଭ୍ୟାସ ଜାରି ରଖେ ତାହାହେଲେ ନିଜେ ସୁସ୍ଥ ରହିବା ସହିତ ସମାଜକୁ ସୁସ୍ଥ ରଖିପାରିବ ସେଥିପାଇଁ ସ୍ଵାମୀ ରାମଦେବ ସମାଜକୁ ବାର୍ତ୍ତା ଦେଇଛନ୍ତି ଯେ “ଯୋଗ କର ରୁହ ନିରୋଗ “ଆଜିର ମାନବ ଜାତି ଏତେ ପରିମାଣରେ ବ୍ଯସ୍ତ ଯେ ସେ ନିଜ ଶରିରରକୁ ଉପରେ ଧ୍ୟାନ ରଖେ ନାହିଁ ଯଦ୍ୱାରା ସେ ରୋଗର ଶିକାର ହୁଏ. ବିଶେଷ କରି ବିଭିନ୍ନ ଦୁଃସାଧ୍ୟ ରୋଗ ଯଥା:ମଧୁମେହ,ରକ୍ତଚାପ,ଆଣ୍ଠୁଗଣ୍ଠି ଯନ୍ତ୍ରଣା,ମାନସିକ ବିଶାଦ,ଆଜମା,ଥାଇ ରଡ ,ମେଦବୃଦ୍ଧି,ଗ୍ୟାସ୍,ବାତରୋଗ ,କୋଲେଷ୍ଟେରଲ୍ ଇତ୍ଯାଦି ରୋଗର ଉପଶମ ନିମନ୍ତେ–ଆସନ,ପ୍ରାଣାୟାମ,ସୂର୍ଯ୍ୟ ନମ ସ୍କାର ,ଏବଂ ଯଜ୍ଞଥେରାପି ଉପରେ ମାର୍ଗଦର୍ଶନ ନେବା ନିତ୍ୟାନ୍ତ ଆବଶ୍ୟକ ବୋଲି ଯୋଗ ଗୁରୁମାନେ ମତ ପ୍ରକାଶ କରିଥିଲେ. ଏହି ଯୋଗ ଶିବିରରେ ମୁଖ୍ଯ ଆୟୋଜକ ହାଇକୋର୍ଟର ବରିଷ୍ଠ ଓକିଲ ଶ୍ରୀଯୁକ୍ତ ଯୋଗ ଦେଇ କହିଲେ ଯେ ବର୍ତ୍ତମାନ ସମୟରେ ଯୋଗର ଆବଶ୍ୟକତା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ. ଏହି ବୈଠକରେ ଯୋଗଗୁରୁ ବିଶ୍ଵନାଥ ସ୍ଵାଇଁ,କୃଷ୍ନ ଚନ୍ଦ୍ର ମହାନ୍ତି,ଅତୀନ୍ଦ୍ର ଦାସ,ନିହାର ରଞ୍ଜନ ସ୍ଵାଇଁ,ଶ୍ରୀମତୀ ପଙ୍କୋଜିନି ,ବିଜୟ କୁମାର ରଥ,ଚିତ୍ରସେନ ଲେଙ୍କା,ମଳୟ କୁମାର ପାଣି,ଆର୍ତ୍ତତ୍ରାଣ ଦାସ,ବିକ୍ରମ ସାହୁ ଯୋଗଦେଇ ଥିଲେ.
