ବରଗାଁ ମଣ୍ଡଳର ସାଧାରଣ ବୈଠକ ଓ ସ୍ଵାଗତ ସମ୍ବର୍ଦ୍ଧନା

* ଆସିକା:୦୩/୧୧/୨୦୨୪ ବରଗାଁ ମଣ୍ଡଳର ସାଧାରଣ ବୈଠକ ଓ ସ୍ବାଗତ ସମ୍ବର୍ଦ୍ଧନା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ରାମ୍ପୁଡି ଗ୍ରାମର ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମହାପ୍ରଭୁଙ୍କ ପ୍ରାଙ୍ଗଣରେ ମଣ୍ଡଳ ର ୩୦ ପଲ୍ଲୀ ପରିଷଦ ର କର୍ମ କର୍ତ୍ତା ଏବଂ ଜକର ମଣ୍ଡଳ ସଭାପତି ଶ୍ରୀ କବିରାଜ ମାହାନ୍ତି, କେନ୍ଦ୍ର ସଦସ୍ୟ ଅଶୋକ ମାହାନ୍ତି,ଖଲିଙ୍ଗି ମଣ୍ଡଳ ସଭାପତି ଶ୍ରୀ ସଞ୍ଜୟ କୁମାର ରାଉତ, କେନ୍ଦ୍ର ଉପ-ସଭାପତି ଶ୍ରୀ ଶଙ୍କର ସ୍ବାଇଁ, ଗହଙ୍ଗୁ ମଣ୍ଡଳ ସଭାପତି ଶ୍ରୀ ଦ୍ବିତିକୃଷ୍ଣ ବିଶ୍ବାଳ, କେନ୍ଦ୍ର ସଦସ୍ୟ ଶ୍ରୀ ଭଗବାନ ମାହାନ୍ତି ଓଶିଆଳିଆ ମଣ୍ଡଳ ର

କିଛି କର୍ମ କର୍ତ୍ତା ସାଙ୍ଗକୁ କେନ୍ଦ୍ର କୂଳାଧିପତି ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି, ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ନିରଞ୍ଜନ ନାୟକ ଓ ମୂଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଯୁକ୍ତ ବିପିନ ବିହାରୀ ଖଣ୍ଡୁଆଳ ସମତେ ବହୁ କର୍ମ କର୍ତ୍ତା ଉପସ୍ଥିତ ରହି ଉକ୍ତ ବୈଠକକୁ ସୂଚାରୁରୂପେ ଅନୁଷ୍ଠିତ କରାଇଥିଲେ। ବରଗାଁ ମଣ୍ଡଳ ର ସମସ୍ତ ପଲ୍ଲୀ ପରିଷଦ ସଭାପତି ଓ କର୍ମ କର୍ତ୍ତା ସାଙ୍ଗକୁ ଜକର ମଣ୍ଡଳ, ଗହଙ୍ଗୁ ମଣ୍ଡଳ,ଖଲିଙ୍ଗି ମଣ୍ଡଳ ର ସମସ୍ତ ସଭାପତି ଓ ସମ୍ପାଦକ ଙ୍କ ଉପସ୍ଥିତି ରେ ସାଧାରଣ ବୈଠକ ତଥା ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ଆଜ ଅର୍ଥାତ ୩/୧୧/୨୪ ସାଧାରଣ ବୈଠକରେ ପନରାୟ ସମସ୍ତ ୩୦ ପଲ୍ଲୀ ର କର୍ମ କର୍ତ୍ତା ବୃନ୍ଦ ଉଦଘୋଷଣା କଲେ କି ମୁକୁନ୍ଦପୁର ସ୍ୱପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ଚୟନ ହୋଇଥିବା ମଣ୍ଡଳ ସଭାପତି ଶ୍ରୀ କାଳୁ ଚରଣ ପ୍ରଧାନ ଓ ତାଙ୍କ ସଦସ୍ୟ ହିଁ ଆମ ବରଗାଁ ମଣ୍ଡଳ ର ସଭାପତି। ମୁକୁନ୍ଦପୁର ସ୍ୱପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣ ବୈଠକରେ ୩୦ ପଲ୍ଲୀ ସଭାପତି ଓ କର୍ମ କର୍ତ୍ତା ଏବଂ ୬ ଟି ମଣ୍ଡଳ ର ସଭାପତି ଓ କର୍ମ କର୍ତ୍ତା ଉପସ୍ଥିତ ରେ ଚୟନ ହୋଇଥିବା ଟିମ୍ ହିଁ ଆମ ବରଗାଁ ମଣ୍ଡଳ ର କର୍ମ କର୍ତ୍ତା। ପୁନର୍ବାର ପଦ ପଦବୀ ହାତେଇବା ପାଇଁ ପୂର୍ବତନ କୂଳାଧିପତି ଓ ତାଙ୍କ ସହଯୋଗୀ ୩୦ ଜଣଙ୍କ ମଧ୍ୟରେ ଘୋଷଣା କରିଥିଲେ ନିଜ ନିଜକୁ।ଏପରି ହିନ କାର୍ଯ୍ୟ ପଦ ପଦବୀ ଲୋଭ ରେ କରିଥିଲେ।ଏହି ବିଶୃଙ୍ଖଳା କୁ ଦୃଷ୍ଟି ରେ ରଖି ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ଏକ ସାଧାରଣ ବୈଠକ ଡାକିଲେ ତା ୦୬/୦୮/୨୦୨୪ ରିଖ ପୁଡୁଗେଶ୍ବର ପଲ୍ଲୀ ଶିବ ମନ୍ଦିରରେ ଏକ ସାଧାରଣ ବୈଠକ ସାରା ଓଡ଼ିଶାର ଆଳିୟ ଖଣ୍ଡାୟତ ପ୍ରାୟ ୧୦୦୦ ରୁ ବ୍ୟକ୍ତି ରୁଣ୍ଡ ହୋଇଥିଲେ। ସର୍ବ ସାଧାରଣ ରେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରି ନୂତନ କର୍ମ କର୍ତ୍ତା ଏକ ନିର୍ବାଚନ ଅଧିକାରୀ ନିର୍ବାଚିତ କରି ତାଙ୍କ ଜରିଆରେ ସର୍ବ ସାଧାରଣ ଙ୍କ ଦ୍ଵାରା ଚୟନ ପ୍ରକ୍ରିୟା ଆରମ୍ଭ କରି ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି ଓ ତାଙ୍କ ସହଯୋଗୀ ଙ୍କ ଉକ୍ତ ବୈଠକରେ ଘୋଷଣା କରିଥିଲେ। ପୁନର୍ବାର ସେହି ବୈଠକରେ କାଳୁ ପ୍ରଧାନ ଓ ତାଙ୍କ ଟିମ୍ କୁ ସର୍ବ ସମ୍ମୁଖରେ ଘୋଷଣା ହୋଇ ଥିଲା। କିଛି କୁଚକ୍ରି ଗୋଷ୍ଠୀ ବାରମ୍ବାର ଅପପ୍ରଚାର କରୁଛନ୍ତି ବରଗାଁ ମଣ୍ଡଳ ର ନବନିର୍ବାଚିତ ଙ୍କୁ । ଆଜି ର ସାଧାରଣ ବୈଠକ ଓ ସ୍ଵାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା ଶ୍ରୀ ସିଦ୍ଧେଶ୍ୱର ମହାପ୍ରଭୁଙ୍କ ପିଠ ରେ। ଉକ୍ତ ବୈଠକକୁ ନ ଯିବା ପାଇଁ କୁଚକ୍ରି ଗୋଷ୍ଠୀ ଚିଠି ବଣ୍ଟନ କରିଥିଲେ ବରଗାଁ ମଣ୍ଡଳ ର ସମସ୍ତ ପଲ୍ଲୀ ପରିଷଦ କୁ ଏହି ସାଧାରଣ ବୈଠକରେ ସମସ୍ତ ଙ୍କ ଉପସ୍ଥିତି ରେ ଏକ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ।ଏହି ସାଧାରଣ ବୈଠକ ରେ ସମସ୍ତ ଜମା ହିସାବ (ଅର୍ଥ) ଉପରେ ଆଲୋକପାତ କରାଯାଇଥିଲା। ପୂର୍ବତନ ସଭାପତି ଓ କୋଷାଧ୍ୟକ୍ଷ ନିଜ ପାଖରେ ଲକ୍ଷାଧିକ ଟଙ୍କା ରଖିବା ବହୁ ଦିନଧରି ଏହା ଏକ ନିନ୍ଦନୀୟ ଘଟଣା ବୋଲି ବୁଦ୍ଧିଜୀବୀ ମାନଙ୍କ କ୍ଷୋଭ ପ୍ରକାଶ ପାଇଛି। ଉକ୍ତ ବୈଠକରେ କୂଳାଧିପତି ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି ଓ ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ନିରଞ୍ଜନ ନାୟକ ଦ୍ବୟ ଉପସ୍ଥିତ ସମସ୍ତ କର୍ମ କର୍ତ୍ତା ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ପରିଶେଷରେ ଉପ-ସଭାପତି ଶ୍ରୀ ନାୟକ ସଭା ସାଙ୍ଗ କରିଥିଲେ ତତ୍ ସହିତ ସମସ୍ତଙ୍କୁ ଅନୁରୋଧ କରିଥିଲେ ପ୍ରସାଦ ସେବନ ପାଇଁ।

Leave a Reply

Your email address will not be published. Required fields are marked *