ବିଲ୍ କରାଇ ଦେବାକୁ ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ପାଢ଼ୀ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଧରାପଡିଛନ୍ତି। ବିଲ୍ କରାଇ ଦେବାକୁ କହି ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡ଼ି ବସିଛି। ସୂଚନାନୁଯାୟୀ, ଗୋଚ୍ଛାପଡା ପଞ୍ଚାୟତ ବ୍ରୁଡିଗୁଡା ଠାରେ ଏକ ବିଶ୍ରାମାଗାର ନିର୍ମାଣ କରାଯାଇଥିଲା। ଏହି କାମର ବିଲ୍ କରାଇ ଦେବା ପାଇଁ ଯନ୍ତ୍ରୀ ଅଶୋକ ଠିକାଦାର ରଘୁନାଥ ମହାକୁଡ଼ଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ। ରଘୁନାଥ ଏନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଆଜି ସକାଳେ ଯନ୍ତ୍ରୀ ଫିରିଙ୍ଗିଆ ସ୍ଥିତ ନିଜ ସରକାରୀ ବାସଭବନରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ତାଙ୍କୁ ଧରିଥିଲେ ଭିଜିଲାନ୍ସ ବିଭାଗ। ଏବେ ଯନ୍ତ୍ରୀଙ୍କ ସମ୍ପତ୍ତି ଆକଳନ ପାଇଁ ଭିଜିଲାନ୍ସ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *