ଭୀମଭୋଇ
ଭୀମଭୋଇ
ସ୍ମୃତି ଚିନ୍ତାମଣି କାବ୍ୟ ତୁମର
ଓଡିଆ ଜାତିର ଟେକ
ଆହେ ଭୀମଭୋଇ କବିତା ମଧ୍ୟରେ ତୁମେ ବଢାଅ ବିବେକ।
ଜାତି ମହାସଂଘ ସ୍ମୃତି କୁ ତୁମର
ରୂପରେଖ ଦେଇଅଛି।
ଓଡିଆ ଅସ୍ମିତା ଓଡିଆ ସମ୍ମାନ ଐତିହ୍ୟ ବୃଦ୍ଧି ପାଇଛି।
ପ୍ରାଣୀ ଙ୍କ ଆରତ ଦୁଃଖ ଅପ୍ରମିତ ଲେଖା ତୁମରି ଅମର
ସ୍ମୃତି ଚିନ୍ତାମଣି କାବ୍ୟ ରଚନା ଦିଏ ଜାତୀୟ ଚେତନା ବାର।
ମହିମା ଅଲେଖ ଭାବକୁ ଅନେକ ତୁମ ଗୁଣଗାନ ଭଜି
ଶୂନ୍ୟ ବ୍ରହ୍ମ ଅଣାକାର ବାର୍ତ୍ତା
ହୃଦୟ ରେ ଦିଏ ମଜି।
ଢେଙ୍କାନାଳ ଜିଲ୍ଲା ମହିମା ଗାଦି ଯେ
ତୁମ ଗୁଣଗାନ ଗାଏ
ଆହେ ଭୀମଭୋଇ ସ୍ବର୍ଗପୁରେ ଥାଇ
ଅଲେଖ ନାମକୁ ପାଏ।
ଅନେକ ସୁନ୍ଦର କାବ୍ୟ କବିତାରେ ତୁମେ ଲଭିଅଛ ଯଶ
ତୁମ ର କାବ୍ୟ ସ୍ମୃତି ଚିନ୍ତାମଣି ଏ ଜାତିର ଇତିହାସ।
ତପୋବନ ପୀଠରେ ମନକୁ ଛୁଇଁଲା ମହିମା ଗୋସାଇଁ ବାର୍ତ୍ତା
ବାବା ରଘୁନାଥ ତୁମରି ପଥର ହେଉଛନ୍ତି ସୁକର୍ତ୍ତା।

ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ ଓଡ଼ିଶା,୭୫୯୦୧୬
