ବ୍ରହ୍ମପୁର ସାଂସଦଙ୍କ ଉପସ୍ଥିତିରେ ବିଜେଡିର ବହୁ ନେତା ଓ କର୍ମୀ ବିଜେପିରେ ଯୋଗଦାନ
ବ୍ରହ୍ମପୁର , ଭାଟକୁମରଡ଼ା ଗ୍ରାମରେ ବ୍ରହ୍ମପୁର ସାଂସଦ ଙ୍କୁ ଭବ୍ୟ ସ୍ଵାଗତ କରାଯିବା ସହ ବହୁ ବିଜେଡି ନେତା ବିଜେପିରେ ମିଶିଥିଲେ। ଶନିବାର ଦିନ ବ୍ରହ୍ମପୁର ସାଂସଦ ଡ଼ଃ.ପ୍ରଦିପ କୁମାର ପାଣିଗ୍ରାହୀଙ୍କ ତାରାତାରିଣୀ ମନ୍ଦିର ଗସ୍ତ ସମୟରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମରେ ବହୁ ବିଜେପି ନେତା ଓ ଗ୍ରାମବାସୀ ମାନେ ମେଡିକାଲ ଛକ ଠାରେ ଭବ୍ୟ ସ୍ଵାଗତ କରିଥିଲେ । ଏହାପରେ ଅଞ୍ଚଳର ବରିଷ୍ଠ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ଦାସ,ସୁରେନ୍ଦ୍ର ଦାସ , ସୁନିଲ କୁମାର ଦାସ (କାଳିଆ)ଙ୍କ ସମେତ ବହୁ କର୍ମୀ ମାନେ ବିଜେପି ରେ ଯୋଗ ଦେଇଥିଲେ। ଏହି ଅବସରରେ ସାଂସଦ ଶ୍ରୀ ପାଣିଗ୍ରାହୀ ସମସ୍ତ ବିଜେଡି ନେତା ମାଙ୍କୁ ବିଜେପି ଟୋପି ପିନ୍ଧାଇ ସମ୍ମାନୀତ କରି ବିଜେପି ପାର୍ଟିକୁ ସ୍ଵାଗତ କରିଥିଲେ । ଏହି ଅବସରରେ ଯୁବ ସମାଜ ସେବୀ ସୁନିଲ କୁମାର ଦାସ ସାଂସଦଙ୍କୁ ପୁଷ୍ପ ଗୁଛ ଦେବା ସହ ଉପଢୌକନ ପକାଇ ସମ୍ମାନିତ କରିଥିଲେ । ଏକ ବିରାଟ ପଟୁଆରରେ ବାଜା ବାଜଣି ସହ ବାଣ ଫୁଟାଇ ବାହାରି ଗ୍ରାମର ପାହାଡ ଉପରେ ଥିବା ମା କନକ ଦୂର୍ଗା ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିଲେ ।

ସେଠାରେ ମାଙ୍କୁ ପୂଜାର୍ଚନା କରିବା ପରେ ସେଠାକାର ପରିବେଶ ଦେଖି ବହୁତ ଖୁସି ହୋଇଥିଲେ । କନକ ଦୂର୍ଗା ପୂଜା ପରିଚାଳନା କମିଟି ସାଂସଦଙ୍କୁ ମନ୍ଦିର କିପରି ଅଧିକରୁ ଅଧିକ ଉନ୍ନତି ହୋଇପାରିବ ସେନେଇ ଆଲୋଚନା କରିଥିଲେ । ସାଂସଦ ମନ୍ଦିର ବୁଲି ଦେଖିବା ସହ କହିଥିଲେ ଯେ ଏତେ ବଡ ପାହାଡ ଉପରେ ମାଙ୍କ ମନ୍ଦିର ଦେଖି ବହୁତ୍ ଖୁସି ଲାଗିଲା । ଏହି ମନ୍ଦିରକୁ କିପରି ଭାବେ ପର୍ଯ୍ୟଟନ ସ୍ଥଳି ଭାବେ ଲୋକ ମାନଙ୍କୁ ଆକୃଷ୍ଟ କରିପାରିଲା ଭଳି ଏହାକୁ ଉନ୍ନତି ହୋଇପାରିବ ସେନେଇ ଆଲୋଚନା କରିଥିଲେ। ଏହା ସହ ମନ୍ଦିର ଉପରକୁ ଯିବା ପାଇଁ ଏକ ରାସ୍ତା ରହିଛି ହେଲେ ଏହାକୁ ନୂତନ ଭାବେ କିପରି ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଥିଲେ । ଏହି ଅବସରରେ ଗ୍ରାମର ବରିଷ୍ଠ ବିଜେପି ନେତା ଶ୍ରୀ କୋରା ନାଥ ସ୍ଵାଇଁ, ଯୁବ ନେତା ନିର୍ମଳ ସାହୁ, ବସନ୍ତ ସ୍ଵାଇଁ, ଯୁବ ସମାଜସେବୀ ଅଶ୍ଵିନୀ ପଟ୍ଟନାୟକ, କଂଗ୍ରେସ ସ୍ୱାଇଁ, ମହେଶ୍ୱର ନାହାକ, ନରେଶ ସ୍ୱାଇଁ, ନାରୁଶୁ ପରିଡ଼ା,ତ୍ରିନାଥ ପରିଡା, ସିଦ୍ଧାନ୍ତ ସ୍ୱାଇଁ, ମନଜ ମଣ୍ଡଳ,ମନ୍ଦିର ପରିଚାଳନା କମିଟି ସମ୍ପାଦକ ସନ୍ତୋଷ କୁମାର ସ୍ବାଇଁ,ରାଧା ବେହେରା,ଅଶୋକ ସ୍ୱାଇଁ, କମଳ ବେହେରା,ନିରଞ୍ଜନ ପ୍ରଧାନ ଟୁଲୁ ପଟ୍ଟନାୟକ ଙ୍କ ସହ ଅଞ୍ଚଳ ର ଅନେକ କର୍ମୀ ଉପସ୍ଥିତ ଥିଲେ l
