ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ
ଦିବ୍ୟଦର୍ଶନ ଆଧ୍ୟାତ୍ମିକ ସଂସ୍ଥାନ, ପୁରୀ ପକ୍ଷରୁ କପିଳେଶ୍ଵରପୁର ନିକଟ ମଠକାଙ୍କୁଡା ରାଧା ଗୋବିନ୍ଦ ମନ୍ଦିରରେ ଆୟୋଜିତ ଶ୍ରୀମଦ୍ଭାଗବତ ସପ୍ତାହର ଦ୍ୱିତୀୟ ଦିବସ ପବିତ୍ର ଗୋଷ୍ଠାଷ୍ଟମୀ ଦିନ ୩ଟାରୁ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ ହୋଇସାରିଛି। ପତ୍ରିକାର ମୁଖ୍ୟ ସଂପାଦକ ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆସର ଅବସରରେ ପ୍ରଣତି ତ୍ରିପାଠୀଙ୍କ ସଂପଦିତ ‘ମୃଗତନ୍ଦ୍ରା’ ଉନ୍ମୋଚିତ ହେବା ସହ ପବ୍ଲିକ ଫେସ୍, ମଣିଷ ଦୁଃଖପାଏ କାହିଁକି ଉନ୍ମୋଚିତ ହୋଇଥିଲା। ଏହି ଆସରରେ ବରିଷ୍ଠ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ମହାରାଣା, ବରିଷ୍ଠ ଶିକ୍ଷାବିତ ବିଜୟ କୁମାର ପଣ୍ଡା, ଶଶଧର ପଣ୍ଡା , ଜାନକୀ ବଲ୍ଲଭ ଦାଶ ଅତିଥି ଭାବରେ ଯୋଗଦାନ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ସଂଯୋଜନାରେ ପର୍ଶୁରାମ ପାତ୍ର, ମହେଶ୍ୱର ଜେନା, ଯୋଗେନ୍ଦ୍ର ସାହୁ, ଯୋଗେଶ୍ଵର ପ୍ରହରାଜ, ଦେବସ୍ମିତା ପ୍ରଧାନ, ପ୍ରଶାନ୍ତ ତ୍ରିପାଠୀ, ରାଧାକୃଷ୍ଣ ପ୍ରଧାନୀ, ଡକ୍ଟର ସୂର୍ଯ୍ୟ ନାରାୟଣ ନନ୍ଦ, ଯୋଗେଶ୍ଵର ନାୟକ, ସମ୍ୱିତ କୁମାର ନନ୍ଦ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଦିବ୍ୟଦର୍ଶନର ସଂପାଦିକା ପ୍ରବାସିନୀ ମିଶ୍ର ଅତିଥି ମାନଙ୍କୁ ସ୍ୱାଗତ କରିବା ସହ କବିତା ଆବୃତ୍ତି କରିଥିଲେ। ଅତିବଡ଼ି ଜଗନ୍ନାଥ ଦାସଙ୍କ ପାଦୁକା ପୀଠର ସଭାପତି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ଶେଷରେ କ୍ରିଷ୍ଣା ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ସହ କବିତା ଆବୃତ୍ତି କରିଥିଲେ। ଏହି ଆସରରେ ଶତାଧିକ ସାହିତ୍ୟ ଓ ସଂସ୍କୃତି ପ୍ରେମୀ ଯୋଗଦେଇଥିଲେ।।
