ଅବସରପ୍ରାପ୍ତ ୱାର୍କଚାର୍ଲଡ୍ କର୍ମଚାରୀଙ୍କୁ ପେନ୍ସନ୍
ଅବସରପ୍ରାପ୍ତ ୱାର୍କଚାର୍ଲଡ୍ କର୍ମଚାରୀଙ୍କୁ ପେନ୍ସନ୍ ଓ ଗ୍ରାଚ୍ୟୁଇଟି ପ୍ରଦାନ ପାଇଁ ଦାବୀଭୁବନେଶ୍ୱର, ତା ୧୦।୧୧ : ମାନ୍ୟବର ହାଇକୋର୍ଟଙ୍କ ଆଦେଶ ଆଧାରରେ ୱାର୍କଚାର୍ଜଡ୍ କର୍ମଚାରୀଙ୍କୁ ପେନ୍ସନ୍ଓ ଡିଏଲ୍ଆର ଚାକିରୀ ସମୟରୁ ଗ୍ରାଚ୍ୟୁଇଟି ଦେବାକୁ ଓଡ଼ିଶା ୱାର୍କସ୍ ଅବସରପ୍ରାପ୍ତ ୱାର୍କଚାର୍ଜଡ୍ । ରେଗୁଲାର କର୍ମଚାରୀସଂଘ ଦାବି କରିଛି । ଭୁବନେଶ୍ୱରସ୍ଥିତ କର୍ମଚାରୀ ଭବନଠାରେ ସଂଘ ତରଫରୁ ଅନୁଷ୍ଠିତ ଆଲୋଚନାଚକ୍ର ଓ ସାମ୍ବାଦିକସମ୍ମିଳନୀରେ ସାଧାରଣ ସମ୍ପାଦକ ଗଗନ ଭଞ୍ଜ କହିଛନ୍ତି ଯେ, ୱାର୍କଚାର୍ଜଡ୍ କର୍ମଚାରୀମାନେ ପୂଇଁ ବିଭାଗରେ ତା୧୨.୦୪.୧୯୯୩ରିଖ ପୂର୍ବରୁ ବିଭିନ୍ନ ପଦପଦବୀରେ କାର୍ଯ୍ୟକରି ୩୫ ରୁ ୪୦ ବର୍ଷ ସେବା ଦେଇ ବିନା ପେନ୍ସନ୍ରେଅବସର ନେଇଛନ୍ତି । ତା ୧୫.୦୫.୧୯୯୭ରିଖରେ ଅର୍ଥବିଭାଗ ଜାରୀ କରିଥିବା ରେଜୋଲ୍ୟୁସନ୍ ଅନୁସାରେ ସରକାରକେବଳ ଜେସି କର୍ମଚାରୀଙ୍କୁ ପେନ୍ସନ୍ ଦେଇଛନ୍ତି । ଏହି ରେଜୋଲ୍ୟୁସନ୍ରେ ଅନ୍ତର୍ଭୁକ୍ତ ଥିବା ଡିଏଲ୍ଆର । ଏନ୍ଏମ୍ଆରକର୍ମଚାରୀଙ୍କୁ ପେନ୍ସନ୍ ମିଳିବା ସୁବିଧାରୁ ସରକାର ବଞ୍ଚିତ କରିଛନ୍ତି । ଆଉ ମଧ୍ୟ ଏହି ରେଜୋଲ୍ୟୁସନ୍ରେ ଅନ୍ତର୍ଭୁକ୍ତୱାର୍କଚାର୍ଜଡ୍ କର୍ମଚାରୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ପରି ସମାନସ୍ଥିତିରେ ଥାଇ ଅବସର ଗ୍ରହଣ କରିଥିବା ପୂର୍ଭ ବିଭାଗର୫୦ ରୁ ଊର୍ଦ୍ଧ୍ଵ ୱାର୍କଚାର୍ଜଡ୍ ଓ ରେଗୁଲାର କର୍ମଚାରୀ ପେନ୍ସନ୍ ପାଇବା ହକ୍ ଦାବିରେ ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରସ୍ଥହେବା ପରେ ବିଚାରପତି ଜଷ୍ଟିସ୍ ଏସ୍.ଜେ.ପାଣିଗ୍ରାହୀ ଚଳିତ ମାସ ଗତ ୪ ଓ ୫ ତାରିଖରେ ଆବେଦନକାରୀଙ୍କ ପିଟିସନ୍ଶୁଣାଣୀ କରି ପ୍ରଦୀପ ପାଣିଗ୍ରାହୀଙ୍କ ସପକ୍ଷରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଆଧାରରେ ସରକାର ଏ ଦିଗରେ ଦୁଇମାସ ମଧ୍ୟରେ ପଦକ୍ଷେପ ନେବାକୁ ଆଦେଶରେ ସ୍ପଷ୍ଟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଂଘନେତା ଅରୁଣ କେଶରୀପରିଡ଼ା, ନିରଞ୍ଜନ ବାହିନୀପତି ଓ କଲ୍ୟାଣ ମହାରଣା ପ୍ରମୁଖ କହିଛନ୍ତି ଯେ, ଚାକିରୀରୁ ଅବସର ଗ୍ରହଣ କରିଥିବା ଗରୀବଶ୍ରେଣୀର କର୍ମଚାରୀମାନେ କୋର୍ଟଙ୍କ ଦ୍ଵାରସ୍ଥ ହୋଇପାରୁ ନାହାଁନ୍ତି । ମାନ୍ୟବର ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଆଦେଶଆଧାରରେ ପୂର୍ତ୍ତ ବିଭାଗ ୩୫୦୦ ଓ୍ବାର୍କଚାର୍ଜଡ୍ ଓ ନିୟମିତ କର୍ମଚାରୀଙ୍କୁ ପେନ୍ସନ୍ ଓ ଗ୍ରାଚ୍ୟୁଇଟି ପ୍ରଦାନ ପାଇଁ ତା୦୫.୦୮.୨୦୨୪ ରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ପୂର୍ତମନ୍ତ୍ରୀ, ବିଭାଗୀୟ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି । ସ୍ମାରକପତ୍ରଆଧାରରେ ପୂର୍ତ୍ତ ବିଭାଗ ପତ୍ର ସଂଖ୍ୟା-୧୭୯୯୧, ତାରିଖ ୦୪.୧୧.୨୦୨୪ରେ ଡିଏଲଆର । ଏନ୍ଏମ୍ଆରସମୟରୁ ୱାର୍କଚାର୍ଜଡ୍ ଚାକିରୀ ସରିବା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ପ୍ରଦାନ ନିମନ୍ତେ କେତେ ଅର୍ଥ ଲାଗିବ ଏ ସଂକ୍ରାନ୍ତରେ ଅଧଃସ୍ତନଅଧିକାରୀଙ୍କୁ ଜଣାଇଥିବାର ସଂଘ ହୃଦବୋଧ ହୋଇଛି । ତେବେ ପେନ୍ସନ୍ ମିଳିବା ଦାବି ସଂକ୍ରାନ୍ତରେ ସରକାରକୌଣସି ପଦକ୍ଷେପ ଗ୍ରହଣ କରିବା ସଂଘ ହୃଦବୋଧ ହୋଇନାହିଁ । ଏ ସରକାର ୱାର୍କଚାର୍ଜଡ୍ ଓ ନିୟମିତ କର୍ମଚାରୀଙ୍କୁପେନ୍ସନ୍ ଓ ଗ୍ରାଚ୍ୟୁଇଟି ପ୍ରଦାନ କରିବ ବୋଲି ସଂଘ ଭରଷା ରଖୁଛି । ଅବସରପ୍ରାପ୍ତ ଗରୀବ ଶ୍ରେଣୀ କର୍ମଚାରୀ ପରିଣତବୟସରେ ବଞ୍ଚିବା ପାଇଁ ସରକାର ପେନ୍ସନ୍ ଦେବାକୁ ସଂଘ ଦାବି କରିଛି । ସାମ୍ବାଦିକ ସମ୍ମିଳନୀରେ ସଂଘ ନେତା ସର୍ବଶ୍ରୀସନ୍ତୋଷ କୁମାର ସାହୁ, ବିଜୟ କୁମାର ମିଶ୍ର, ପ୍ରତାପ ସେନାପତି, ଅଶୋକ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
