ଅଁଳା ନବମୀ ଅବସରରେ ସୂଚନା କେନ୍ଦ୍ର।

ପୁରୀ , ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାକ୍ଷୀ ଗୋପାଳ ମନ୍ଦିର ରେ ଆଜି ଅଁଳା ନବମୀ ପାଳିତ ହୋଇଥିଲା।ବର୍ଷକରେ ଗୋଟିଏ ଦିନ ଶ୍ରୀ ଗୋପୀନାଥ ଙ୍କ ସହ ରାଧାରାଣୀ ଙ୍କ ପାଦ ଦର୍ଶନ ର ସୁଯୋଗ ଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଏହାର ସୁବିଧା ନେଇଥିଲେ।ଯାତ୍ରା ଓ ଦର୍ଶନ କୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ଓ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲେ।ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସୂଚନା କେନ୍ଦ୍ର ତଥା ହଜିବା ଖୋଜିବା କେନ୍ଦ୍ର ର ବ୍ୟବସ୍ଥା କରାଯାଇଥିଲା।ତତ ସହିତ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଏକ ଫଟୋ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା।ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ଯୁ ଓ ଭଜନ ପୁସ୍ତକ ମଧ୍ୟ ବିକ୍ରି କରାଯାଇଥିଲା।

Leave a Reply

Your email address will not be published. Required fields are marked *