ବ୍ରହ୍ମପୁର ବଡ ମେଡ଼ିକାଲରେ ଡାକ୍ତରୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ
ବ୍ରହ୍ମପୁର ବଡ ମେଡ଼ିକାଲରେ ଡାକ୍ତରୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ।ବ୍ରହ୍ମପୁର : ୧୦/୧୧ ବ୍ରହ୍ମପୁର ଏମ.କେ.ସି.ଜି ମେଡ଼ିକାଲ କଲେଜର ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ କୌଣସି ଏକ ବଚସା କୁ ନେଇ ମାରପିଟ ହୋଇଛି । ଏଥିରେ ଏକାଧିକ ଡାକ୍ତରୀ ଛାତ୍ର ଆହତ ହୋଇଥିବା ବେଳେ ଏଥିରେ ହାଉସ ସର୍ଜନ ହଷ୍ଟେଲର ଛାତ୍ରମାନେ ରହିଥିବା ସୂଚନା ରହିଛି । ଖବରପାଇ ଘଟଣା ସ୍ଥଳରେ ପୋଲିସପହଞ୍ଚି ତଦନ୍ତ କରିଛି । ଏମ.ବି.ବି.ଏସ ଛାତ୍ର ସଂଘର ବାର୍ଷିକ ଉତ୍ସବ ପାଳନ ଅବସରରେ ରାତି ସାରା ମାତ୍ରାଧିକ ଶବ୍ଦ କରି ଭୋର ପର୍ଯ୍ୟନ୍ତ ନାଚ ଗୀତର ଆସର ଚାଲିଥିଲା। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ କ୍ୟାମ୍ପସର ସବୁ ଗଳାବାଟ ବନ୍ଦ କରାଗଲା। ଯଦ୍ୱାରା ସର୍ବସାଧାରଣ ଓ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ। ମେଡିକାଲ କର୍ତ୍ତୃପକ୍ଷ କ୍ୟାମ୍ପସ ଭିତରକୁ ଅନାଧିକାର ପ୍ରବେଶ ଉପରେ କଟକଣା ମଧ୍ୟ ଲଗାଇଲେ। ଆଉ କ୍ୟାମ୍ପସର ଦୂଷିତ ପାଣି ସବୁକୁ ବିନା ବିଶୋଧନରେ ଗଜପତିନଗର ଦେଇ ସିଧାସଳଖ ବାହାନା ନାଳକୁ ଛାଡିଲେ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଏପଟେ କ୍ୟାମ୍ପସରେ ନିଜ ନିଜ ଭିତରେ ଗଣ୍ଡଗୋଳ ଓ ରାଗିଂ କରି ଉତ୍ତେଜନା ପରିସ୍ଥିତି ନିଜେ ଡାକ୍ତରୀ ଛାତ୍ର କରୁଥିବା ଦେଖିବାକୁ ମିଳୁଛି। ବିଗତ ଦିନରେ ରାଗିଂଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି l ଏଦିଗରେ ମେଡିକାଲ କର୍ତ୍ତୃପକ୍ଷ ଓ ପ୍ରଶାସନ ହସ୍ତକ୍ଷେପ କରିବା ଜରୁରୀ ହୋଇଛି।
