ହିଞ୍ଜିଳି ବ୍ଲକରେ ଦୁର୍ନୀତି କୁ ପ୍ରଶ୍ରୟ ଦେଉଛି କିଏ

ଗଞ୍ଜାମ ଜିଲ୍ଲା ହିଂଜିଳି ବ୍ଲକ ଅନ୍ତର୍ଗତ ମକୋରଝୋଳ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ରେ ଖେଳ ପଡିଆ ଉର୍ଣ୍ଣତି କରଣ ପାଇଁ ୨,୫୦,୦୦୦ କାର୍ଯ୍ୟ ବ୍ଲକ ତରଫରୁ ଏକ ଠିକାଦାର ଙ୍କୁ ଦିଆଯାଇଥିଲା କିନ୍ତୁ ସେହି ଠିକାଦାର ଜଣଙ୍କ କେଉଁଠୁ କେଉଁଠୁ ପୁରୁଣା ପୁରୁଣା ଲୁହା କବାଟ ଯୋଡ଼ି ଲଗେଇବା ଏବଂ ସେହି ଗ୍ରାମରେ ଥିବା ଏକ ପୋଖରୀରୁ ମାଟି ଆଣି ଖେଳ ପଡିଆରେ ବିଚ୍ଛେଇ ଥିବା ଅଭିଯୋଗ ହୋଇଛି l

କାର୍ଯ୍ୟ ଚାଲିବା ସମୟରେ କୌଣସି ଅଧିକାରୀ ଉପସ୍ଥିତ ରହୁନଥିବା ଓ ଅଭିଜ୍ଞତା ନଥିବା ଠିକାଦାର କୁ କାର୍ଯାଦେଶ ଦେଇ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ଲକ ର ଯନ୍ତ୍ରୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋଟା ଅଙ୍କରେ ପି ସି ନେଇ ଅଣଦେଖା କରୁଥିବା ଅଭିଯୋଗ ହୋଇଛି l ଏହାର ସଠିକ ଭାବେ ତଦନ୍ତ କରି ପଦ୍ଧକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଅଭିଯୋଗ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *