କାର୍ତ୍ତିକ ମାସ ର‌ ଶେଷ ସୋମବାର

କାର୍ତ୍ତିକ ମାସ ର‌ ଶେଷ ସୋମବାର


କାର୍ତ୍ତିକ ମାସ ର‌ ଶେଷ ସୋମବାର
ଶୈବପୀଠ ସବୁ ଭିଡ଼
ଶ୍ରଦ୍ଧାଳୁ ଙ୍କ ମନେ‌‌ ଆନନ୍ଦ ଅନେକ
ହଜିଯାଇଛି ଜାଡ
ଶୈବପୀଠ ସବୁ ଭିଡ଼।
ଚନ୍ଦ୍ର ଶେଖର ଙ୍କ ଦର୍ଶନ ନିମନ୍ତେ
କପିଳାସ ରେ ଶ୍ରଦ୍ଧାଳୁ
ପାବଛ ଚଢିଣ ଦେବ ଦର୍ଶନ ରେ
ଭଜନ୍ତି ସବୁ‌‌ ଶ୍ରଦ୍ଧାଳୁ
କପିଳାସ ରେ ଶ୍ରଦ୍ଧାଳୁ।
ଧବଳେଶ୍ଵର କୁ ଦର୍ଶନ କରନ୍ତି
ଝୁଲା ପୋଲ ମଧ୍ୟେ ଯାଇ
ଲିଙ୍ଗରାଜ ଙ୍କ ଦର୍ଶନ ପାଆନ୍ତି
ମହାନଗର ରେରହି
ଝୁଲା ପୋଲ ମଧ୍ୟେ ଯାଇ।
ସପନେଶ୍ବର କୁ ଦର୍ଶନ କରନ୍ତି ବଣିଆପଡା ଗ୍ରାମ ରେ
ଦୈ।ଡେଶ୍ଵର ର‌‌ ସାନିଧ୍ୟ ଲଭନ୍ତି
ବ୍ରାହ୍ମଣୀ ନଦୀ‌କୂଳରେ
କରମୂଳ ଗ୍ରାମ ଠାରେ।
ଉନ୍ନକୋଟିଶ୍ବର ମନ୍ଦିର ରେ
ଶ୍ରଦ୍ଧାଳୁମାନେ ଯେ ଭିଡ
ଦର୍ଶନ କରନ୍ତି ବାବାଙ୍କ ପାଖରେ
ହଜିଯାଏ ତାଙ୍କ ଜାଡ
ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ।
ଆଶିଷ ମାଗୁଛି ଶେଷ ସୋମବାରେ
ଆଶିଷ ଦିଅନ୍ତୁ ପ୍ରଭୁ
ଦୋଷାଦୋଷ ମୋର କ୍ଷମା କରି ଦିଅ
ହୃଦୟେ ଶକ୍ତି ଲଭୁ
ଆଶିଷ ମାଗୁଛି ପ୍ରଭୁ।


ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା,୭୫୯୦୧୬

Leave a Reply

Your email address will not be published. Required fields are marked *