ବ୍ରହ୍ମପୁର ବନାଞ୍ଚଳ କୁକୁଡାଖଣ୍ଡି ବ୍ଳକ୍ ରାମଗୁଡ଼ା ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି ମହାବଳ

ବ୍ରହ୍ମପୁର , ଖବର ପାଇ ବନ ବିଭାଗର ଏକ ଟିମ୍ ସେଠାରେ ପହଞ୍ଚି ବାଘର ଗତିବିଧ‌ ଯାଞ୍ଚ୍ କରିଛନ୍ତି । କର୍ମଚାରୀମାନେ ଉକ୍ତ ଅଞ୍ଚଳରେ ଘରକୁ ଘର ବୁଲି ସଚେତନ କରୁଛନ୍ତି । ମହାବଳ ସଂରକ୍ଷିତ ଜଙ୍ଗଲକୁ ଆସିବା ପରେ ବନ ବିଭାଗର ଚିନ୍ତା ବଢ଼ି ଯାଇଛି । ଦୁଇ ସପ୍ତାହ ହେଲା ବ୍ରହ୍ମପୁର ବନଖଣ୍ଡରେ ମହାବଳର ଗତିବିଧ ଜାରି ରହିଛି। ପ୍ରତିଦିନ ସ୍ଥାନ ପରିବର୍ତ୍ତନ କରିବା ସହ ବିଭିନ୍ନ ଗ୍ରାମରେ ଛେଳି,ମଇସି ଶିକାର କରିଥିବା ଖବର ମିଳିଛି । ଯାହାକୁ ନେଇ ବନ କର୍ମଚାରୀ ରାତିଦିନ ଏକ କରିଛନ୍ତି। ବନଖଣ୍ଡ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପାରା ଷ୍ଟାଫ୍ ପର୍ଯ୍ୟନ୍ତ ସଭିଏଁ ନିୟୋଜିତ ରହିଛନ୍ତି ।

ମହାବଳ ଆମୁନି ଆ ପଦର , ମାଧୁରୀ ଗାଁ ମଧ୍ୟରେ ଟାମଣା ଘାଟି ପାର ହୋଇ ରାମଗୁଡା ସଂରକ୍ଷିତ ଜଙ୍ଗଲକୁ ପ୍ରବେଶ କରିଥିବା ଖବରପାଇ ରାତିରେ ଟିମ୍ ପହଞ୍ଚି ତଦନ୍ତ କରି ଫେରିଥିଲେ। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କ ସମେତ, ବନାଞ୍ଚଳ ଅଧୀକାରୀ ମାଣିକେଶ୍ଵରୀ ହଂସଦା, ସ୍ଥାନୀୟ ବନପାଳଙ୍କ ସମେତ ୧୦ ଜଣିଆ ଟିମ୍ ମାଧୁରୀ ଗାଁ ନିକଟବର୍ତ୍ତୀ ଅଞ୍ଚଳ ବୁଲି ଦେଖୁଛନ୍ତି। ଅପରାହ୍ଣରେ କର୍ମଚାରୀମାନେ ମାଧୁରୀ ଗାଁ ସମେତ ଲୁଣ୍ଡୁ ରୀଗୁଡା , ଖଣ୍ଡାଳବନ୍ଧ ଆଦି ଅଞ୍ଚଳରେ ଲୋକଙ୍କୁ ସଚେତନ କରାଇଛନ୍ତି।ଅନ୍ୟପକ୍ଷରେ ଉକ୍ତ ଅଞ୍ଚଳରେ ପ୍ରସିଦ୍ଧ ବାଳକୁମାରୀଙ୍କ ମନ୍ଦିର ଥିବାରୁ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଯିବା ଆସିବା କରୁଛନ୍ତି। ବାଘ ଆତଙ୍କ ଯୋଗୁ ସନ୍ଧ୍ୟା ୪ଟା ପରେ କିଛି ଦିନ ପର୍ଯ୍ୟନ୍ତ ମନ୍ଦିରକୁ ନ ଆସିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରଚାରପତ୍ର ବଣ୍ଟାଯାଇଛି। ମା’ ବାଳକୁମାରୀ ଉନ୍ନୟନ କମିଟି ପକ୍ଷରୁ ଏହା ବଣ୍ଟନ କରାଯାଇ ଅନୁରୂପ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *