ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ରବି ନାରାୟଣ ନାଏକ

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦେବା ସହ କଙ୍କଡାହାଡ଼ ବ୍ଲକ କଣ୍ଟାପାଳ ଠାରେ ଆୟୋଜିତ ଅଖିଳ ଭାରତୀୟ ଗଣ୍ଡୱାନ ଗଣ୍ଡ ସମାବେଶରେ ଯୋଗ ଦେଇଛନ୍ତି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ। ପ୍ରଥମେ କାମାକ୍ଷାନଗର ବ୍ଲକ ସୋଗର ସ୍ଥିତ ମହାତ୍ମାଗାନ୍ଧୀ ଔଷଧ୍ୟାରଣ୍ୟ ବୁଲି ଦେଖିବା ସହ କଙ୍କଡ଼ାହାଡ଼ ଦଣ୍ଡାଧର ମେଗା ଜଳ ସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ। ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ। କେନ୍ଦ୍ର ସରକାରଙ୍କ ସ୍ୱଜ୍ଜଳ ଜଳ ଧରା ଲୋକଙ୍କ ନିକଟରେ ପହଂଚାଇବା ପାଇଁ ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକୁ ଅଧିକ ଦ୍ରୁତ ଗତିରେ ସମାପ୍ତ କରିବା ପାଇଁ ମଧ୍ୟ ଅଧିକାରୀ ମାନଙ୍କୁ ତାଗିଦ କରିଥିଲେ। ଏଥିସହିତ କଣ୍ଟାପାଳ ଠାରେ ଆୟୋଜିତ ବିଶାଳ ଗଣ୍ଡୱାନ ଗଣ୍ଡ ସମାବେଶରେ ଯୋଗ ଦେଇ ଗଣ୍ଡ ସମ୍ପ୍ରଦାୟ ଲୋକଙ୍କ ଏକତା ଏବଂ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସମାଜ ସ୍ରୋତରେ ଅନ୍ୟ ମାନଙ୍କ ପରି ବଢିବା ପାଇଁ ମନ୍ତ୍ରୀ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଏଥିସହିତ ଗଣ୍ଡ ସମାଜ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଏବଂ ସହାୟତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ବ୍ଲକ ବିଡ଼ିଓ, ତହସିଲଦାର, ଗଣ୍ଡ ସମାଜର ବିଭିନ୍ନ ପଦାଧିକାରୀ ମାନେ ଉପସ୍ଥିତ ହୋଇଥିଲେ।

Leave a Reply

Your email address will not be published. Required fields are marked *