ଆଇଆଇଟି ଭୁବନେଶ୍ୱର ପକ୍ଷରୁ ୟୁବା ମନ୍ଥନ

୨୦୨୪ ଆୟୋଜିତମଡେଲ ମିଳିତ ଜାତିସଂଘ, ଯୁବ ସଂସଦୀୟ ବିତର୍କ ଏବଂ ହାକାଥନରେ ଛାତ୍ରଛାତ୍ରୀଙ୍କ ଉତ୍ସାହପୁର୍ବକ ଯୋଗଦାନଜଟଣୀ, ୧୧/୧୧ : ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ନିକଟରେ ୟୁବା ମନ୍ଥନ ୨୦୨୪ ର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଏକ ମଡେଲ ମିଳିତ ଜାତିସଂଘ (ୱାଇମୁନ), ଯୁବ ସଂସଦୀୟ ବିତର୍କ (ୱାଇପିଡି) ଏବଂ ୟୁବା ମନ୍ଥନ ହ୍ୟାକାଥନ୍ ଆଦି ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଛାତ୍ର ଜିମଖାନାର ସାମାଜିକ-ସାଂସ୍କୃତିକ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପରିଷଦ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିତର୍କ, ନୀତିଗତ ଆଲୋଚନା ଏବଂ ଅଭିନବ ପ୍ରତିଯୋଗିତାର ଏକ ପ୍ରେରଣାଦାୟକ ମିଶ୍ରଣ ପାଇଁ ଏକତ୍ରିତ ହୋଇଥିଲେ । ଚଳିତ ବର୍ଷର ୟୁବା ମନ୍ଥନର ବିଷୟବସ୍ତୁ ଥିଲା ‘୨୦୪୭ ପର୍ଯ୍ୟନ୍ତ ଭାରତର ଯାତ୍ରାର ଉଦ୍ଦୀପନା: ଏକ ବିକଶିତ ଭାରତର ଲକ୍ଷ୍ୟ’। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ନିର୍ଦ୍ଦେଶ ଅନୁଯାୟୀ ଏହି କାର୍ଯ୍ୟକ୍ରମର ଆୟୋଜନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ଅଧୀନରେ କରାଯାଇଥିଲା।ଏହି କାର୍ଯ୍ୟକ୍ରମଟି ୯ ନଭେମ୍ବର ୨୦୨୪ ରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର, ନିର୍ଦ୍ଦେଶକ ଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ଏହି ଅବସରରେ, ଭାରପ୍ରାପ୍ତ ଡିନ୍ (ଛାତ୍ର ବ୍ୟାପାର) ପ୍ରଫେସର ଏସ.କେ. ପଣ୍ଡା, ଛାତ୍ର ଜିମଖାନାର ସଭାପତି କୋଦଣ୍ଡରାମ ମଙ୍ଗିପୁଡି, ତଥା ଅଧ୍ୟାପକ ଉପଦେଷ୍ଟା ଡକ୍ଟର ଦେବେଶ ପୁନେରା ଏବଂ ଡକ୍ଟର ସୁବ୍ରଦୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ, ପ୍ରଫେସର କରମଲକର ଦେଶର ଯୁବଗୋଷ୍ଠୀର ବୌଦ୍ଧିକ ବିକାଶରେ ‘ଯୋଗାଯୋଗ, ସହଯୋଗ ଏବଂ ସମାଲୋଚନାମୂଳକ ଚିନ୍ତାଧାରା’ର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଦେଶର ବିକାଶକୁ ସମର୍ଥନ କରିବ ବୋଲି ସେ ମତ ବ୍ୟକ୍ତ କରିଥିଲେ। ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୁବ-ଚାଳିତ ନବସୃଜନ ଏବଂ ସମସ୍ୟା ସମାଧାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟର ଅନ୍ୱେଷଣ ଓ ଉପଯୋଗ କରିବାକୁ

Leave a Reply

Your email address will not be published. Required fields are marked *