ହବିଷ୍ୟାଳୀ ଶିବିରରେ ଭଜନ ପରିବେଷଣ
ପୁରୀ , ହବିଷ୍ୟାଳୀ ମା ମାନେ ରହୁଥିବା ଶିବିର ମାନଙ୍କ ରେ ପ୍ରତ୍ୟହ ଭଜନ, ସଂକୀର୍ତ୍ତନ, ପାଲା ,ଦାସକାଠିଆ, ପ୍ରବଚନ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା ଓ ମୋଚି ସାହି କଲ୍ୟାଣ ମଣ୍ଡପ ରେ ରହୁଥିବା ହବିଷ୍ୟାଳୀ ମା ମାନେ ସଂଧ୍ୟା ରେ ମହାପ୍ରସାଦ ସେବନ ପରେ ଏହି ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରୁଛନ୍ତି। ହୁଳହୁଳି ଧ୍ବନି ରେ ମା ମାନେ କଳାକାର ମାନଙ୍କୁ ଉତ୍ସାହିତ କରୁଛନ୍ତି।ସେହିପରି ନିଜ ନିଜ ମଧ୍ୟରେ ରାଈ ଓ ଦାମୋଦର ବେଶ ହୋଇ ମଧ୍ୟ ମା ମାନେ ନୃତ୍ୟ ପରିବେଷଣ କରି ଅଭିଭୂତ ହେଉଛନ୍ତି।ଆଜି ସଂଧ୍ୟାରେ ମୋଚି ସାହି କଲ୍ୟାଣ ମଣ୍ଡପ ରେ ସିଦ୍ଧ ମହାବୀର ସଂଗୀତ ପରିଷଦ ପକ୍ଷରୁ ଗୁରୁ ସତ୍ୟପ୍ରିୟ ମହାପାତ୍ର ଙ୍କ ନେତୃତ୍ବରେ ଭଜନ ପରିବେଷଣ କରାଯାଇଥିଲା।ମା ମାନେ ଭଜନକୁ ମନ ଭରି ଉପଭୋଗ ସହ ଆଧ୍ୟାତ୍ମିକତାରେ ମଗ୍ନ ହୋଇ ନୃତ୍ୟ କରିଥିଲେ।
