ନୃତନ ବିଡ଼ିଓ ଙ୍କୁ ଆଞ୍ଚଳିକ ସାମ୍ବାଦିକ ସଂଘ ର ସ୍ବାଗତ
ନୃତନ ବିଡ଼ିଓ ଙ୍କୁ ଆଞ୍ଚଳିକ ସାମ୍ବାଦିକ ସଂଘ ର ସ୍ବାଗତ ସମ୍ବର୍ଦ୍ଧନା ନୂଆଗାଁ ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନୂତନ ଭାବରେ ଯୋଗଦେଲେ ବ୍ଲକ ଉନ୍ନୟନ ଅଧିକାରୀ ଅମୃତ କୁମାର ରାଉଲ୍ । ସୂଚନା ଥାଉକି ପୂର୍ବରୁ ନୂଆଗାଁ ବ୍ଲକ ରେ କାର୍ଯ୍ୟରତ ଥିବା ବିଡ଼ିଓ ବାସୁଦେବ ନାୟକ ରେଭୁନ କୁ ଗଲାପରେ ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ରେ କାର୍ଯ୍ୟରତ ଥିବା ବିଡ଼ିଓ ଅମୃତ କୁମାର ରାଉଲ୍ ବର୍ତମାନ ନୂତନ ଭାବେ ନୂଆଗାଁ ବ୍ଲକ ରେ ଯୋଗଦେଇଛନ୍ତି । ଏହି ଅବସରରେ ନୂଆଗାଁ ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ଶିବଦତ୍ତ ପାତ୍ରଙ୍କ ତତ୍ତ୍ଵବଧାନରେ ସମସ୍ତ ସାମ୍ବାଦିକ ମାନେ ନୂତନ ବିଡ଼ିଓଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ହୃଦୟାନନ୍ଦ ଶାସମଲ , ରଶ୍ମୀ ରଞ୍ଜନ ପରିଡ଼ା , ଦିଲ୍ଲୀପ କୁମାର ଜାନୀ , ମାନସ ରଞ୍ଜନ ତ୍ରିପାଠୀ , ସୁବ୍ରତ କୁମାର ପରିଡା , ଶୁଭେନ୍ଦୁ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।ନୂଆଗାଁ ବ୍ଲକ୍ ରେ ସର୍ବାଙ୍ଗୀନ ଉନ୍ନତି ପାଇଁ ଶ୍ରୀ ରାଉଲ୍ ନିଷ୍ଠାର ସହ ଉଦ୍ୟମ ଜାରି ରହିବେ ବୋଲି କହିଥାନ୍ତି। ନୂତନ ବିଡ଼ିଓଙ୍କ ଠାରୁ ସରକାରୀ ଯୋଜନାର ସଫଳ ରୁପାୟନ ହେବା ସହିତ ଜନ ସାଧାରଣଙ୍କୁ ନୂତନ ସେବା ମିଳିପାରିବ ବୋଲି ନୂଆଗାଁ ବ୍ଲକ ବାସୀ ଆଶା ରଖିଛନ୍ତି।
