ଭୁବନ ଏନଏସି ପାଇଁ ଅନାସ୍ଥା ଭୋଟିଙ୍ଗ ସରିଲା।

ବିଜେଡି ଗଡ଼ ବଞ୍ଚାଇବା ପାଇଁ କୋର୍ଟର ଦ୍ୱାରସ୍ତ ହେଲେ ଚେୟାରମ୍ୟାନ। ବିଜେଡି ଗଡ଼ରେ ପ୍ରଥମ ଥର ପାଇଁ ପଦ୍ମ ଫୁଟାଇବାକୁ ବିଜେପି ଦୃଢ଼ ଆଶାବାଦୀ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୁବନ ଏନଏସି ପାଇଁ ଅନାସ୍ଥା ଭୋଟିଙ୍ଗ ଶେଷ ହୋଇଛି। ୧୫ଟି ୱାର୍ଡ ବିଶିଷ୍ଟ ଭୁବନ ଏନଏସିରେ ଅନାସ୍ଥା ଭୋଟିଙ୍ଗ ପାଇଁ ୧୧ ଜଣ କାଉନସିଲର ଅଂଶ ଗ୍ରହଣ କରିଥିଲେ। ତେବେ ଭୁବନ ଏନଏସିଟି ବିଜେଡି ହାତରେ ରହିଥିଲା। ବିଜେଡିର ନଗରପାଳ ଶୁଭେନ୍ଦୁ ସାହୁଙ୍କ ବିରୋଧ କିଛି କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଯାହାକୁ ନେଇ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟିଙ୍ଗ ହୋଇଛି। ଅନାସ୍ଥାକୁ ଚ୍ୟାଲେଞ୍ଜ ପାଇଁ ଚେୟାରମ୍ୟାନ ଶୁଭେନ୍ଦୁ ସାହୁ କୋର୍ଟର ଦ୍ୱାରସ୍ତ ହୋଇଥିବାରୁ ଫଳାଫଳ ଉପରେ ରହିତାଦେଶ ରହିଛି। କୋର୍ଟର ନିର୍ଦ୍ଦେଶ କ୍ରମେ ଭୋଟିଙ୍ଗ ବ୍ୟବସ୍ଥା ହୋଇଛି ଏବଂ ଫଳାଫଳ ପରବର୍ତ୍ତୀ ସମୟରେ କୋର୍ଟର ନିର୍ଦ୍ଦେଶକ୍ରମେ ପ୍ରକାଶ ପାଇବ ବୋଲି ଜଣାପଡିଛି । ଏ ନେଇ କଡା ସୁରକ୍ଷା ଭିତରେ ଭୋଟ ବାକ୍ସଟି ରଖା ଯାଇଅଛି ।ସେପଟେ ବିଜେଡି ଗଡ଼ରେ ପଦ୍ମ ଫୁଟାଇବା ପାଇଁ ଆଶାବାଦୀ ରହିଛନ୍ତି ବିଜେପିର କାଉନସିଲର। ପ୍ରଥମ ଥର ପାଇଁ ଭୁବନ ଏନଏସିକୁ ଦଖଲ କରିବା ଲକ୍ଷରେ ରହିଛି ବିଜେପି। ଯାହାକୁ ନେଇ ଭୋଟିଙ୍ଗ ପରିଚାଳନା ବ୍ୟବସ୍ଥାରେ ଥିବା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ସବୁ କିଛି ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *