ସିଦ୍ଧ କୋଠରୀ ଙ୍କ ବିଗ୍ରହ ପ୍ରତିଷ୍ଠା
ସିଦ୍ଧ କୋଠରୀ ଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଓ ପ୍ରବଚନଧରାକୋଟ:-୧୨/୧୧ଧରାକୋଟ ନିକଟସ୍ଥ ମୁଣ୍ଡମରାଇ ଗ୍ରାମର ମା ସିଦ୍ଧ କୋଠରୀ ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ ଅବସରରେ ପବିତ୍ର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରୁ ବେଦ ପାଠ ସହ ଦୀକ୍ଷା ଗ୍ରହଣ ପରେ ପବିତ୍ର ଋଷିକୂଲ୍ୟା ନଦୀ ରୁ ପୂଜା ପାଠ ପରେ ଜଳଯାତ୍ରା ଆରମ୍ଭ ହୋଇଥିଲା । ଏଥିରେ ଗ୍ରାମର ୫୦୧ ମହିଳା ଶୁଦ୍ଧ ପୂତ ଭାବରେ ନୂତନ ବସ୍ତ୍ର ପରିଧାନ କରି ନଦୀର ପବିତ୍ର ଜଳକୁ ସୁଶୋଭିତ ପଟୁଆରରେ ବାଦ୍ୟ ବାଜଣା ସହ ଆଣି ମନ୍ଦିର ନିକଟରେ ପହଞ୍ଚିଥିଲେ । ଏହା ପରେ ଅଙ୍କୁରା ରୋପଣ,ଆଳତି ଓ ପୁଷ୍ପାଞ୍ଜଳି କାର୍ଯ୍ୟ ସମ୍ପାଦନ ହୋଇଥିଲା । ଦ୍ଵିତୀୟ ଦିନରେ ସାଲା ପୂଜା,ସୂର୍ଯ୍ୟପୂଜା, ବାସ୍ତୁ ପୂଜା,ଅଗ୍ନିସଂସ୍କାର, ଧ୍ୟାନାଦିବାସ,ମହାସ୍ନାନ,ରାତ୍ର ପ୍ରାଣ ପ୍ରତିଷ୍ଠା ପରେ ଆଳତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଆସନ୍ତା ବୁଧବାର ଦିନ ମା ସିଦ୍ଧ କୋଠାରୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ମହା ଆଡ଼ମ୍ବରରେ କରାଯିବ ବୋଲି ମନ୍ଦିର କମିଟି ତରଫରୁ ପ୍ରକାଶ ।
