ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -୨0୨୪
ଅସ୍ତରଙ୍ଗ ୧୩/୧୧ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ୩୩ତମ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ଅସ୍ତରଙ୍ଗ ବ୍ଲକ ଶିକ୍ଷା ଅଧିକାରୀ ଶତ୍ରୁଘ୍ନ ବେହେରା,ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ବ୍ଲକ୍ ଟପର ହୋଇଥିବା ଶୁଭମ୍ ସାହୁ ଓ ଅର୍ଜିତ ଦିବ୍ୟଦର୍ଶନ ଦାସ୍ ଦ୍ୱାରା ପ୍ରକଳ୍ପ ଉଦ ଘାଟନ ହୋଇଥିବା ବେଳେ ମୁଖ୍ୟ ଅତିଥି ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି , ମୁଖ୍ୟ ବକ୍ତା ଭାବେ ବରିଷ୍ଠ ବୈଜ୍ଞାନିକ ତଥା ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ନୂଆଦିଲ୍ଲୀ ର ଶଙ୍କର କୁମାର ଜେନା, ସଂମ୍ମାନିତ ଅତିଥି ଭାବେ ସରପଞ୍ଚ ରାମଚନ୍ଦ୍ର କାଣ୍ଡି , ସହ ମଣ୍ଡଳ ଶିକ୍ଷା ଅଧିକାରିଣୀ ସୁଧାଂଶୁ ବାଳା ଶତପଥୀ ଯୋଗଦେଇଥିବା ବେଳେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପରିଡା। ଆଜିର ବାଲ ବିଜ୍ଞାନୀ ପ୍ରଦର୍ଶନ କ୍ଷେତ୍ରରେ ବ୍ଲକର ମୋଟ ଉଚ୍ଚ ବିଦ୍ୟାଳୟ ୨୨ଗୋଟି , ପ୍ରାଥମିକ, ନିମ୍ନ ମାଧ୍ୟ୍ୟମିକ ମିଶି ୧00ଗୋଟି , ଆଦର୍ଶ ବିଦ୍ୟାଳୟର ଗୋଟିଏ ମଧ୍ୟରୁ ୧0୫ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଶିଶୁ ବିଜ୍ଞାନୀ ମାନେ ଭିନ୍ନ ଭିନ୍ନ ପ୍ରକଳ୍ପ ଆଣି ପ୍ରଦର୍ଶିତ କରିଥିଲେ।ଏଥିମଧ୍ୟରୁ ବିଚାରଙ୍କ ଦ୍ୱାରା ୭ ଗୋଟି ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନୀତ କରାଯିବ ବୋଲି କହିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବେହେରା । ଏହି ବିଜ୍ଞାନ ମେଳାରେ ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ପରିଡା, ପ୍ରିୟବ୍ରତ ପରିଡା , ରବୀନ୍ଦ୍ର କୁମାର ପରିଡା,ତରୁଣ କୁମାର ନାୟକ, ଗଣେଶ ନାୟକ, ପ୍ରିୟଦର୍ଶିନୀ ବିଶ୍ୱାଳ, ମଙ୍ଗୁଳି ଚରଣ ଦାସ , ଅର୍ଚନା ଶତପଥୀ ଓ ପ୍ରକଳ୍ପ ପଞ୍ଜିକରଣ କାରିଣୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ବିଶ୍ୱାଳ ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ସନ୍ତୋଷ କୁମାର ସ୍ୱାଇଁ ସଂଯୋଜନା କରିଥିଲେ।ଏବଂ ଶେଷରେ ବିଚାରକ ମଣ୍ଡଳୀ ଦ୍ୱାରା ରାଇକଣା ପ୍ରୋଜେକ୍ଟ ପ୍ରାଇମେରୀ ବିଦ୍ୟାଳୟର ମଧୁସ୍ମିତା ନାୟକ ପ୍ରଥମ , ଦ୍ୱିତୀୟରେ ସୁରେନ୍ଦ୍ର ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରାର୍ଥ ସାରଥୀ ବିଶ୍ୱାଳ , ୩ୟରେ ଶ୍ରୀ ଜଗନ୍ନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାନ୍ତିଲୋର ଅଜିତି ସାହୁ , ୪ ର୍ଥରେ ବେଳାଭୂମି ଉଚ୍ଚ ବିଦ୍ୟାଳୟର ଦେବସ୍ମିତା ବାରିକ ଏହିପରି ୭ ଗୋଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ସୂଚନା ମିଳିଛି ।
