ପାଦୁକା ପୀଠରେ ଅସ୍ମିତା ଓ ଭାଗବତ ଚର୍ଚ୍ଚା
ଆଜି ପୁରୀ ଜିଲ୍ଲା କପିଳେଶ୍ୱର ପୁର, ମଠ କାଙ୍କୁଡ଼ା ଅତିବଡ଼ି ଜଗନ୍ନାଥ ଦାସଙ୍କ ପାଦୁକା ପୀଠ ଠାରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଦ୍ୱାରା ଆୟୋଜିତ ‘ଓଡିଆ ଅସ୍ମିତା ଓ ଉତ୍କଳୀୟ ବୈଷ୍ଣବ ପରମ୍ପରା, ଶୀର୍ଷକ ଆଲୋଚନାଚକ୍ରରେ ସଭାମୁଖ୍ୟ ଥୂଲେ ସାହିତ୍ୟ ଏକାଡ଼େମୀର ପୂର୍ବତନ ସଦସ୍ୟ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ। ସମ୍ମାନନୀୟ ଅତିଥି ଭାବରେ ପାଦୁକା ପୀଠର ସଭାପତି ବାଳକୃଷ୍ଣ ରାଉତ ଏବଂ ଆଲୋଚକ ଭାବେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ପ୍ରଫେସର ଜୟକୃଷ୍ଣ ଦାସ, ଶ୍ରୀଯୁକ୍ତ ମନମୋହନ ଆଚାର୍ଯ୍ୟ, ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ, ଚାରୁଲତା ମିଶ୍ର , ରାମଚନ୍ଦ୍ର ସ୍ୱାଇଁ, ଚନ୍ଦ୍ରଶେଖର ପ୍ରଧାନ, ବିପିନ ବିହାରୀ ଦଳାଇ ଯୋଗଦେଇ ଆଲୋଚ୍ୟ ବିଷୟରେ ବହୁତ ସୁନ୍ଦର ତଥ୍ୟ ପ୍ରଦାନ କରିଥିଲେ। ଶେଷରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।ପ୍ରଭାକର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ପ୍ରଶାନ୍ତ କୁମାର ତ୍ରିପାଠୀ। ଏହି କାର୍ଯ୍ୟକ୍ରମରେ ଶତାଧିକ ସାହିତ୍ୟ ଓ ସଂସ୍କୃତି ପ୍ରେମୀ ଯୋଗଦେଇଥିଲେ।।
