ବ୍ୟବସାୟୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ସ୍ମରଣିକା ଉନ୍ମୋଚନ

ଭଦ୍ରକ :୧୬/୧୦:- ଭଦ୍ରକ ଜିଲ୍ଲା ଚାନ୍ଦବାଲିର ବିଶିଷ୍ଠ ସମାଜସେବୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ହରିହର ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ଥାନୀୟ ପାଞ୍ଚପଡା ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଥିବା ବେଳେ ତାଙ୍କୁ ବିଶିଷ୍ଟ ଲୋକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଚାନ୍ଦବାଲିରେ ହାଇସ୍କୁଲ, ଏମ ଇ ସ୍କୁଲ, ମହାବିଦ୍ୟାଳୟ ଆଦି ବହୁ ଶିକ୍ଷାନୁଷ୍ଠାନ ତାଙ୍କ ଉଦ୍ୟମରେ ହୋଇଥିବା ବେଳେ ଚାନ୍ଦବାଲି ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣେଶ୍ବରୀ କାଳୀ ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ପରି ଧାର୍ମିକ ଅନୁଷ୍ଠାନ ତୋଳି ସମାଜପାଇଁ ଦେଇଯାଇଥିବା ଅବଦାନ ରହିଛି । କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ବିଜବର ରାଉତ ମୁଖ୍ୟବକ୍ତା ଭାବରେ ପ୍ରାଧ୍ୟାପକ ଶାନ୍ତନୁ କୁମାର ମହାନ୍ତି ସମ୍ମାନନୀୟ ବକ୍ତା ଭାବରେ ଆକାଶବାଣୀ ଗୀତିକାର ଇଂ ଅଭୟ ସୁତାର ସାହିତ୍ୟିକ ପ୍ରଫୁଲ୍ଲ ଦାସ ଯୋଗଦାନ କରିଥିଲେ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *