ଚଣ୍ଡେଶ୍ୱର ଦେବଙ୍କ ପୀଠରେ ମହାଯଜ୍ଞ

କଳରାଝର ପଞ୍ଚୁକ ପାଞ୍ଚ ଦିନ ଧରି ପ୍ରଭୁ ଚଣ୍ଡେଶ୍ୱର ଓ ବାଲୁଙ୍କେଶ୍ୱର ଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ମହାଆଡମ୍ବରରେ ପାଳିତ ହେଉଅଛି । ବିଶିଷ୍ଠ ପଣ୍ଡିତ ମାନଙ୍କୁ ନିମନ୍ତ୍ରଣ କରାଯାଇ ଯଜ୍ଞ ମଣ୍ଡପ ମନ୍ତ୍ର ଦ୍ଵାରା ପ୍ରକମ୍ପିତ ହେଉଅଛି । ପ୍ରତିଦିନ ହଜାର ହଜାର ଲୋକଙ୍କ ସମାବେଶ ଓ ପ୍ରସାଦ ସେବନ ମଧ୍ୟ ଆୟୋଜନ କରାଯାଇଛି। ଉକ୍ତ ଉତ୍ସବ ରେ ବରିଷ୍ଠ ନେତୃବୃନ୍ଦ ମାନଙ୍କର ସମାଗମ ହୁଏ । ଗ୍ରାମର ଯୁବକ ମାନଙ୍କ ସହଯୋଗ ରେ ଶାନ୍ତି ଶୃଙ୍କଳାର ସହ ଉତ୍ସବ ଟି ପାଳନ କରାଯାଏ । ମାନସିକ ଧାରୀ ମାନେ ସନ୍ତାନ ପ୍ରାପ୍ତି ପାଇଁ ମାନସିକ କରି ହୋମର ଚରୁ ପ୍ରସାଦ ସେବନ କରି ଆଶୀର୍ବାଦ ପାଇଥାନ୍ତି ।

ଖୋର୍ଦ୍ଧା ରୁ ପ୍ରମୋଦ କୁମାର ମହାପାତ୍ର ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *