ବିରିଡି ବ୍ଲକ ଉକୁନ୍ଦରା ବାବା ଧବଳେଶ୍ବର ଙ୍କ ପୀଠରେ କାର୍ତ୍ତିକ ପୂର୍ଣ୍ଣିମୀ ଉତ୍ସବ ପାଳନ
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଦୀପାଞ୍ଚଳ ବାଇଶି ମୌଜା ର୍ ଉକୁନ୍ଦରା ପଂଚାୟତ ର୍ ବାବା ଧବଳେଶ୍ବର ଙ୍କ ପୀଠରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ତିର୍ତ୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ ଙ୍କ ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାସ, ସମାଜବାଦୀ ତଥା ଆଇନିଜୀବୀ ରଶ୍ମିକାନ୍ତ ବେହେରା ପ୍ରମୁଖ ଯୋଗଦେଇ ବାବା ଧବଳେଶ୍ବର ଙ୍କ ଦର୍ଶନ କରିବା ସହିତ ମନ୍ଦିର ର୍ ଉର୍ଣ୍ଣତି କରଣ ବାବଦରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଗ୍ରାମବାସୀ ମାନେ ଯୋଗ ଦେଇ ଥିବାବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ବିଧାୟକ ଙ୍କ ଦ୍ଵାରା ଗ୍ରାମର ବରିଷ୍ଠ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
