ସୋରିଶିଆପଦା ‌ଆଶ୍ରମ ବିଦ୍ୟାଳୟ ରେ ଜନଜାତି ଗୈାରବ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସୋରିଶିଆପଦା ‌ଆଶ୍ରମ ବିଦ୍ୟାଳୟ ରେ ଜିଲ୍ଲା ପ୍ରଶାସନ (ମଙ୍ଗଳ ବିଭାଗ) ଢେଙ୍କାନାଳ ଆନୁକୁଲ୍ୟରେ ବିଦ୍ୟାଳୟ ର ‌ପ୍ରଧାନଶିକ୍ଷକ ମନୋଜ କୁମାର ମହାଳିକ ଙ୍କ ଅଧ୍ୟକ୍ଷତାରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ଙ୍କ ‌ଏକଶହପଚାଶ ବର୍ଷ ଜନ୍ମ ଜୟନ୍ତୀ ଅବସର ରେ ବିଦ୍ୟାଳୟ ପରିସରରେ ନଭେମ୍ବର ମାସ‌‌ ପନ୍ଦର ତାରିଖ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ବିଶିଷ୍ଟ ଅତିଥି ରୂପେ ଯୋଗଦାନ କରି ସୋରିଶିଆପଦା ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରଦୀପ କୁମାର ରାଉତ ସରକାରଙ୍କ ଏହି ମହାନ୍‌‌ କାର୍ଯ୍ୟକ୍ରମ ର‌‌ ଭୂୟସୀ ପ୍ରଶଂସା କରି ବୀର ବିର୍ସା ମୁଣ୍ଡା ଙ୍କ ‌ସ୍ବାଧୀନତା ଆନ୍ଦୋଳନ ର ଭୂମିକା ଉପରେ ଆଲୋକପାତ କରିଥିଲେ।

ଅନ୍ୟତମ ବିଶିଷ୍ଟ ଅତିଥି ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ , ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଙ୍କ ସୋରିଶିଆପଦା ଗ୍ରାମ ପଞ୍ଚାୟତ ପ୍ରତିନିଧି‌ ଅଶୋକ କୁମାର ନାଥ ବୀର ବିର୍ସା ମୁଣ୍ଡା ଙ୍କ ତ୍ୟାଗ ପୂତ ଜୀବନ ଉପରେ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ‌ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଉପସ୍ଥିତ ଛାତ୍ର ଛାତ୍ରୀମାନ‌ଙ୍କ ପିତାମାତାଙ୍କୁ ଏଭଳି ଏକ ମହାନ୍ ଦିବସ ରେ ଉପସ୍ଥିତ ହୋଇ ବୀର ବିର୍ସା ମୁଣ୍ଡା ଙ୍କ ଦେଶ ପ୍ରେମ‌‌ ଓ ଜାତି ପ୍ରେମ ଉଦାହରଣ ଦେଇ ଜଣେ ଜନଜାତିର ସ୍ବାଧୀନତା ସଂଗ୍ରାମୀଙ୍କୁ ୧୫୦ ବର୍ଷ ର ଜନ୍ମ ଜୟନ୍ତୀ ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ତାଙ୍କର ତ୍ଯାଗପୂତ ଜୀବନ ର‌ ଉଦାହରଣ ଦେଇଥିଲେ। ଭାରତ ସରକାର ଓ ଓଡ଼ିଶା ସରକାର ବୀର ବିର୍ସା ମୁଣ୍ଡା ଙ୍କ ଜନ୍ମ ଦିନ କୁ”ଜନଜାତି ଗୈାରବ ଦିବସ”ପାଳନ କରୁଥିବାରୁ ଆମେ ସବୁ ଗର୍ବିତ ବୋଲି ମତ ରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ପ୍ରତାପ ମହାନ୍ତ, ସ୍ଥାନୀୟ ଗ୍ରାମପଞ୍ଚାୟତ ସଭ୍ଯା ରଞ୍ଜିତା ପ୍ରଧାନ ମଞ୍ଚାସୀନ‌ ହୋଇ ଉଦ୍ ବୋଧନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଶତାଧିକ ଛାତ୍ରଛାତ୍ରୀ ମାନଙ୍କର ପିତାମାତା ଉପସ୍ଥିତ ହୋଇ ଆଲୋଚନା ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟ ର ସହକାରୀ ଶିକ୍ଷକ ନିରଞ୍ଜନ ନାୟକ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ନବକିଶୋର ବାରିକ , ଦିନେଶ କୁମାର ନାୟକ ଓ ଶିକ୍ଷୟିତ୍ରୀ ସୁମିତ୍ରା ବେହେରା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *