କଳିଯୁଗରେ କାମ ଧେନୁ, ଭକ୍ତ ଙ୍କ ଭିଡରେ ଜପୁଛି ରାମ ନାମ

:ଆଜି ପବିତ୍ର କାର୍ତ୍ତିକ ପୁର୍ଣିମା!କାର୍ତ୍ତିକ ମାସକୁ ସମଗ୍ର ଦେଶରେ ପବିତ୍ର ମାସ ରୂପେ ପାଳନ କରାଯାଏ!ଏହି ମାସରେ ସାଧାରଣତଃ ଜନତା ଆମିଷ କୁ ନିଷେଧ କରିଥାନ୍ତି!ମାସ ଯାକ ଲୋକେ ସକାଳୁ ସନ୍ଧ୍ୟା ରେ ମନ୍ଦିର କୁ ଯାଇ ପୂଜାର୍ଚନା କରିଥାନ୍ତି!ମାସ ର ଶେଷ ପାଞ୍ଚ ଦିନକୁ ପଞ୍ଚଚୁକରୂପେ ପାଳନ କରାଯାଇଥାଏ, ଶେଷରେ ପୁର୍ଣିମା ଦିନ ଅଷ୍ଟପ୍ରହରୀର ଆୟୋଜନ ହୋଇଥାଏ

ଏବଂ ଶ୍ରଦ୍ଧାଳୁ ଅଷ୍ଟପ୍ରହରୀ ରେ ଭଗବାନ ଙ୍କ ସଂକୀର୍ତନ ଶୁଣି ନିଜକୁ ପବିତ୍ର କରିଥାନ୍ତି,ଏଭଳି ଏକ ଅଷ୍ଟପ୍ରହରୀ ରେ ଶ୍ରଦ୍ଧାଳୁଙ୍କ ଭିଡରେ ଏକ ଗାଈ ମଧ୍ୟ ସଂକୀର୍ତନ ଶୁଣୁଥିବା ଦେଖିବାକୁ ମିଳିଛି!ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ!ଏଠାରେ ପୁର୍ଣିମା ପାଇଁ ଅଷ୍ଟପ୍ରହରୀ ଚାଲୁଥିବା ବେଳେ ଭକ୍ତ ଙ୍କ ଭିଡରେ ଏକ ଗାଈ ଭଗବାନ ଙ୍କ ଭକ୍ତି ରେ ସଂକୀର୍ତନ ଶୁଣୁଥିବା ଦେଖିବାକୁ ମିଳିଥିଲା!ଯେଭଳି କାମଧେନୁ ଗାଇଙ୍କ ଶରୀରରେ ସମସ୍ତ ଦେବି ଦେବତା ଙ୍କ ବାସ ରହିଛି ସେଭଳି ଗୋମାତା ଭକ୍ତ ହୋଇ ସଂକୀର୍ତନ ଶୁଣୁ ନିଜକୁ ଧନ୍ୟ ମନେ କରୁଛି!

Leave a Reply

Your email address will not be published. Required fields are marked *