ତିର୍ତ୍ତୋଲ ଗୋପିଆକୁଦ ଠାରେ ଚେରିତୋଳ ବାଲିଯାତ୍ରା ଉଦଘାଟିତ
– ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଗୋପିଆ କୁଦ ଠାରେ ଚଳିତ ବର୍ଷ ଚେଳିତେଳ ବାଲିଯାତ୍ରା ଉଦଘାଟିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ବାବା ବଳିଆ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ତିର୍ତ୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇI ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବାଲିକୁଦା-ଏରସମା ବିଧାୟକ ସାତଦା ପ୍ରସନ୍ନ ଜେନା, ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା, ତିର୍ତ୍ତୋଲ ତହସିଲଦାରଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଐତିହାସିକ ଚେଳିତୋଳ ବାଲିଯାତ୍ରା କୁ ଉଦଘାଟନ କରିଥିଲେ । ଦୀର୍ଘ 23 ବର୍ଷ ଧରି ଏହି ବାଲିଯାତ୍ରା ଚାଲି ଆସିଥିବା ବେଳେ ଏହି ଠାରୁ ବିଭିନ୍ନ ସ୍ଥାନକୁ ସାଧବ ପୁଅ ମାନେ ବେପାର ବଣିଜ କରିବା ପାଇଁ ଯାଉଥିଲେ । ଏବେ ନୌବାଣିଜ୍ୟ ସଂସ୍କୃତି ଓ ପରମ୍ପରା କୁ ଉଡିଜିବିତ କରିବା ସହ ସ୍ମୃତି କୁ ମନେ ରଖିବା ପାଇଁ ଏହି ବାଲିଯାତ୍ରା ଆୟୋଜନ କରାଯାଉ ଥିବାର ଅତିଥିମାନେ କହିଛନ୍ତି । ପରେ ବିଭିନ୍ନ କଳା ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । 7 ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା କାର୍ଯ୍ୟକ୍ରମ ରେ ବହୁ ଅତିଥିମାନେ ଯୋଗ ଦେବା ସହିତ ବିଭିନ୍ନ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିଧାୟକ କହିଛନ୍ତି ।
ଜଗତସିଂହପୁରରୁ ରିତା ସାହୁ
