ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ମାଲିକ ମୃତ

ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ମାଲିକ ମୃତ । ଜଟଣୀ,୧୫/୧୧-ଜଟଣୀ ରାଜା ବଜାର ରେ ଥିବା ଗୌରୀ ଗାର୍ମେଣ୍ଟ ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।ଦୋକାନ ଭିତରେ ଫସି ରହିଯାଇଥିବା ଦୋକାନ ମାଲିକ ସୂର୍ଯ୍ୟ ମହାପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକାରୀ ଭୁବନେଶ୍ୱର ଘରୋଇ ମେଡିକାଲ କୁ ନେବାସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଦୋକାନରେ ବିକ୍ରି ପାଇଁ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।ଜଟଣୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *