ପ୍ରକୃତି ବନ୍ଧୁ ଙ୍କ କ୍ଷେତ୍ର ପରିଦର୍ଶନ।

ଢେଙ୍କାନାଳ ଜିଲ୍ଲା ପ୍ରକୃତି ବନ୍ଧୁ ସଂଗଠନ ର ସଂପାଦକ ତଥା ରାଜ୍ୟ , ଜାତୀୟ ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ନଭେମ୍ବର ମାସ‌‌ ଷୋହଳ ତାରିଖ ଦିନ ପୋରୁହଖୋଜ ଗ୍ରାମ ପଞ୍ଚାୟତ ର ବଣିଆପଡା ଗ୍ରାମ ର ବିଶିଷ୍ଟ ପରିବେଶବିତ୍ ତଥା ବରିଷ୍ଠ ସମାଜସେବୀ ଗୋପାଳ ଚନ୍ଦ୍ର ରାଉତ ଙ୍କ ବଗିଚା ଓ ଉଦ୍ଯାନ‌ ଦୈଖି ଖୁସି ଅନୁଭବ କରିଥିଲେ। ଶ୍ରୀ ‌ରାଉତ ଏକ ସୁନ୍ଦର ଚାରା ବଗିଚା ପ୍ରସ୍ତୁତ କରି ଅନ୍ୟ ମାନଙ୍କପାଇଁ ଉଦାହରଣ ସାଜିଛନ୍ତି।

ସହସ୍ରାଧିକ ଆମ୍ବ ଚାରା ସଙ୍ଗଙ୍କୁ ପିଜୁଳି ଉଦ୍ୟାନ ସୃଷ୍ଟି କରି ଅନ୍ୟ ମାନଙ୍କପାଇଁ ଦିଗ୍ ଦର୍ଶନ ଦେଇଛନ୍ତି। ତାଙ୍କ ବାସଭବନରେ ଅନେକ ଫୁଲ ଚାରା ପ୍ରସ୍ତୁତ କରିବା ସହିତ ବର୍ତ୍ତମାନ ର ମହଙ୍ଗା ବଜାରରେ ପନିପରିବା ଚାଷ କରି ଏକ ସ୍ବତନ୍ତ୍ର ଉଦାହରଣ ସାଜିଛନ୍ତି। ବାଡି ବଗିଚା କାର୍ଯ୍ୟ ରେ ତାଙ୍କ ସହଧର୍ମିଣୀ ସହଯୋଗ ବାସ୍ତବିକ ‌ ପ୍ରଶଂସନୀୟ। ଜିଲ୍ଲା ପ୍ରକୃତି ବନ୍ଧୁ ସଂଗଠନ ଢେଙ୍କାନାଳ ତରଫରୁ ତାଙ୍କୁ ଅଶେଷ ଶୁଭେଚ୍ଛା ସହିତ ଶୁଭକାମନା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *