ଗୋଦାସାହି ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ
ଡେ଼ଲାଙ୍ଗ ବ୍ଳକ ଅନ୍ତର୍ଗତ ଗୋଦାସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ମହାପାତ୍ର ଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବ୍ଲକ ସହ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁଷମା ମିଶ୍ର ଓ ସମ୍ମାନୀୟ ଅତିଥି ରୂପେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ମୋହନ ଜେନା ଯୋଗ ଦେଇ ବିଜ୍ଞାନ ମେଳାର ଶୁଭ ଉଦ୍ଘାଟନ କରିଥିଲେ। ଏହି ସଭାକାର୍ଯ୍ୟ ରେ ସ୍ଥାନୀୟ ଶିକ୍ଷକ ଶ୍ରୀଯୁକ୍ତ ମଙ୍ଗୁଳି ପରିଡା ଓ କୁଣ୍ଟୁଲ ଧବଳେଶ୍ୱର ଯୋଗ ଦେଇଥିଲେ। ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ମହାପାତ୍ର ସଭାପତିତ୍ବ କରିଥିଲେ। ଏଥିରେ ଅତିଥିମାନେ କୁନି କୁନି ବୈଜ୍ଞାନିକ ମାନଙ୍କୁ ପ୍ରେରଣା ମୂଳକ ବାର୍ତ୍ତା ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ।୩୦ଜଣ ଛାତ୍ର ଛାତ୍ରୀମାନେ ବିଭିନ୍ନ ପ୍ରକାର ବିଜ୍ଞାନ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଚାରକ ଭାବରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଗଙ୍ଗାଧର ମଲ୍ଲିକ ଓ ନୀଳମଣି ପ୍ରଧାନ ଯୋଗଦେଇ ମୂଲ୍ୟାୟନ କରିଥିଲେ। ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବିଦ୍ୟାଳୟର ଏଭଳି କାର୍ଯ୍ୟ କ୍ରମରେ ଅଭିଭାବକ, ପିତାମାତା ଓ ଛାତ୍ର ଛାତ୍ରୀ ଖୁବ୍ ଖୁସି ଅନୁଭବ କରିଥିଲେ। ଛୋଟ ବିଦ୍ୟାଳୟର ଏଭଳି ଭବ୍ୟ ଆୟୋଜନର ଉଚ୍ଚ ପ୍ରଶଂସା କରିଥିଲେ । ଶିକ୍ଷକ ଶ୍ରୀଯୁକ୍ତ ଗଣେଶ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ।
ଜଟଣୀରୁ ସ୍ୱତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
