ଘୁମୁସର ଲେଖିକା ସଂସଦର ଆଲୋଚନାଚକ୍ର ଓ କବିତା ଆସର
ଘୁମୁସର ଲେଖିକା ସଂସଦର ଆଲୋଚନାଚକ୍ର ଓ କବିତା ଆସର ତା16୵11୵2024ରିଖ, କବିସୂର୍ଯ୍ୟନଗର,ଘୁମୁସର ଲେଖିକା ସଂସଦ ତରଫରୁ ଶୁକ୍ରବାର ମହାନ୍ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସ୍ଥାନୀୟ ଲୋହରାଖଣ୍ଡି ନଦୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସଦସ୍ଯାମାନେ କଦଳୀ ପଟୁଆରେ ଧୂପଦୀପ ନୈବେଦ୍ୟ ରଖି ପାନ ଗୁଆ ଦେଇ ଆ କା ମା ବୈ ଗୀତ ବୋଲି ପୂଜାର୍ଚ୍ଚନା କରି ନଦୀରେ ବୋଇତ ଭସାଇ ଥିଲେ। ସଭାନେତ୍ରୀ ଟି.ମାହେଶ୍ବରୀ ଦୋରାଙ୍କ ଅଧ୍ଯକ୍ଷତାରେ ଏବଂ ସଂପାଦିକା ଡ. ନଳିନୀପ୍ରଭା ଦାସଙ୍କ ତତ୍ତ୍ବାବଧାନରେ ନିକଟସ୍ଥ ଗାୟତ୍ରୀ ଶକ୍ତିପୀଠରେ ଆଲୋଚନା ଚକ୍ର ସହ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।।ଏହି ଅବସରରେ କାର୍ତ୍ତିକମାସ ଏବଂ ପୂର୍ଣ୍ଣମୀର ମାହାତ୍ମ୍ୟ ବିଷୟରେ ଏବଂ ଓଡିଶାର ମହାନ୍ ସଂସ୍କୃତି ଉପରେ ମୁଖ୍ଯ ଅତିଥି ସ୍ନେହଲତା ବିଷୋୟୀ,ସମ୍ମାନିତ ଅତିଥି ମମତା ମହାପାତ୍ର,ବବିଅନନ୍ତ ନାଗ ରଥ ,ରାଜେନ୍ଦ୍ର ସ୍ବାଇଁ ଆଦି ନିଜର ବକ୍ତବ୍ଯ ରଖିଥିଲେ ।

ଆମ ଭବିଷ୍ୟତ ପୀଢି ଯେପରି ଆମ ସଂସ୍କୃତିକୁ ଜାଣିପାରିବେ ଏବଂ ବଜାୟ ରଖିବେ ସେଥିପ୍ରତି ପ୍ରଯତ୍ନ କରିବାକୁ ଗୁରୁତ୍ବ ଦିଆଯାଇଥିଲା ।କବିତା ପାଠୋତ୍ସବ ସଭ୍ଯା ମୋନାଲିସା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା।ମାନସୀ ସ୍ବାଇଁ,ଗୀତାଶ୍ରୀ ସାମନ୍ତ,ଶୁଭସ୍ମିତା ଦାଶ, ଉଷ୍ମିତା ମିଶ୍ର,ରୀନା ସେଠୀ ,ସୁଜାତା ସିଂଙ୍ଗ୍ ଆଦି କବିତା ପାଠ କରିଥିଲେ।ସାଂଗଠନିକ ସଂପାଦିକା ଡା. ଗାୟତ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
