୯୦୦୦ ଟଙ୍କା ପେନସନ ବୃଦ୍ଧି ପାଇଁ ଦାବି
ଆମ ଓଡିଶା ଇଫିଏଫ୍ ପେନସନର ଆସୋସିଏସନ ଜଗତସିଂହପୁର ଶାଖା ଆନୁକୂଲ୍ୟରେ ସମସ୍ତ କର୍ମକର୍ତ୍ତା ଓ ସଭ୍ୟମାନଙ୍କୁ ନେଇ ସାଧାରଣ ସଭା ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି l ଜଗତସିଂହପୁର ଜିଲ୍ଲା ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ମହାନ୍ତି ସଭାପତିତ୍ୱ ରେ ଆୟୋଜିତ ବୈଠକରେ ଦୀର୍ଘ ବର୍ଷ ଧରି କେନ୍ଦ୍ର ସରକାର ଏବଂ ଇ.ପି.ଏଫ ସଂସ୍ଥା ୧୦୦୦ ଟଙ୍କା କୁ ୯୦୦୦ ଟଙ୍କା ବୃଦ୍ଧି କରିବା ସହିତ ମହଙ୍ଗାଭର୍ତ୍ତା ପ୍ରଦାନ ଏବଂ ସୁପ୍ରିମ କୋର୍ଟର ନିଷ୍ପତି ଅନୁଯାୟୀ ଉଚ୍ଚ ପେନସନ ଦେବାପାଇଁ ସଂଘ ୨୦୧୮ମସିହା ଠାରୁ ଦାବି କରି ଆସୁଅଛି l ସର୍ବଭାରତୀୟସ୍ତର ପେନସନର ସଂଖ୍ୟା ୮୦ ଲକ୍ଷ ଥିବାବେଳେ ଆମ ରାଜ୍ୟରେ ୨ ଲକ୍ଷ ୨୦ ହଜାରରୁ ଅଧିକା ଅଛନ୍ତି l ଏ ପର୍ଯ୍ୟନ୍ତ ଆମ ମାନଙ୍କୁ ସ୍ୱାସ୍ଥ୍ୟ ବୀମାରେ ସାମିଲ କରାଯାଇ ନାହିଁ l ସମସ୍ତେ ସିନିଅର ସିଟିଜେନ ହୋଇ ଥିଲେ ମଧ୍ୟ ସେମାନଙ୍କୁ ସାମାଜିକ ସୁରକ୍ଷାରେ ସାମିଲ କରାଯାଇ ନାହିଁ ବୋଲି ସଂଘ ଦାବି କରିଛି । ଏ ନେଇ ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦେଶ୍ୟ ରେ ଜିଲ୍ଲା ପ୍ରଶାସନ କୁ ପ୍ରଦାନ କରାଯାଇଛି ।
