ବିଜେଡି କୁ ଅହଂକାରୀ ଦଳ କହିଲେ ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ
ଜଗତସିଂହପୁର ଜିଲ୍ଲା ନାଉଗାଁ ମହୋତ୍ସବରେ ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ନେତା ସୌମ୍ୟରଂଜନ ପଟ୍ଟନାୟକ। ତେବେ ଏହି କାର୍ଯ୍ୟକ୍ରମ ରେ ଯୋଗଦେବା ଅବସରରେ ବିଜେଡି କୁ ସମାଲୋଚନା କରିବା ସହିତ ବିଜେପିକୁ ସତର୍କ ମଧ୍ୟ କରିଛନ୍ତି। ସୌମ୍ୟରଂଜନ କହିଛନ୍ତି ବିଜେଡି ନିଜ ଅହଂକାର ଯୋଗୁ ହାରିଛି। ମାତ୍ର ବିଜେପି ଅସ୍ମିତାକୁ ଦ୍ୱାହି ଦେଇ ଜିତିନାହିଁ। ରାଜ୍ୟବାସୀ ବିକଳ୍ପ ସମ୍ଭାବନାକୁ ଜିତାଇଛନ୍ତି। ଏଣୁ ବିଜେପି ଓଡ଼ିଆର ଅସ୍ମିତା ଦିଗରେ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଆହୁରି ମଧ୍ୟ କହିଛନ୍ତି ଯେ, ପାଟି ବଡ଼ ନୁହେଁ ମାଟି ବଡ଼ । ସମସ୍ତେ ମାଟି ପାଇଁ କାମ କଲେ ଜାତିର ବିକାଶ ସହିତ ସମାଜର କଲ୍ୟାଣ ମଧ୍ୟ ହେବ। ସୂଚନା ମୁତାବକ ଆଜି ନାଉଗାଁ ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ।
