ଦି ମିଶନ ହସ୍ପିଟାଲ (ପଶ୍ଚିମବଙ୍ଗ) ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର

ଦି ମିଶନ ହସ୍ପିଟାଲ ,ଦୁର୍ଗାପୁର, ପଶ୍ଚିମବଙ୍ଗ ଏବଂ ଭଦ୍ରକ ପୁରୁଣାବଜାର ହନି କ୍ଲବ ଉଭୟ ମିଳିତ ସହଭାଗିତାରେ ଆଜି ଏକ ମେଗା ସ୍ୱାସ୍ଥ୍ୟ ଶିବିର ସ୍ଥାନୀୟ ଏନସି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ l ଏହି ସ୍ୱାସ୍ଥ୍ୟ ଶିବିରରେ ଦୂର ଦୁରାନ୍ତରୁ ବହୁ ସଂଖ୍ୟାରେ ରୋଗୀମାନେ ଆସି ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ବିଭିନ୍ନ ପ୍ରକାର ରୋଗର ବିଶେଷଜ୍ଞଙ୍କ ଦ୍ଵାରା ରୋଗର ନିରାକରଣ ଏବଂ ମାଗଣା ଔଷଧ ପାଇବାରେ ସୁଯୋଗ ଲାଭ କରିଥିଲେ l ବିଶେଷକରି କା କାର୍ଡିଓଲୋଜି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା l

ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟେଷ୍ଟ ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା l ଯେଉଁମାନେ ଅର୍ଥ ଅଭାବରୁ ନିଜର ନିଜର ରୋଗ ପାଇଁ ଚିନ୍ତିତ ଥିଲେ ସେମାନଙ୍କ ପାଇଁ ଏହି ହସ୍ପିଟାଲରେ BSKY ଏବଂ ଅନ୍ୟ ସୁବିଧା ମାଗଣାରେ ଯୋଗାଇ ଦିଆଯିବ ବୋଲି ମେଡିକାଲର ନିର୍ଦ୍ଦେଶକ ପାର୍ଥ ପାଲ ସୂଚନା ଦେଇଥିଲେ l ଆଜି ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ୫ ଶହ ରୁ ଉର୍ଦ୍ଧ୍ବ ରୋଗୀମାନେ ଆସି ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ବିଭିନ୍ନ ପ୍ରକାର ଟେଷ୍ଟ ଏବଂ ଔଷଧ ମାଗଣା ପାଇବାରେ ସୁଯୋଗ ନେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ହସ୍ପିଟାଲର ବରିଷ୍ଠ ଡାକ୍ତର ତାରକନାଥ ତରଦର,ଡାକ୍ତର ଶାନ୍ତନୁ କୁମାର ଦାସ,ତପନ କୁମାର ମାଟିଆ,ଡାକ୍ତର ଚୈତନ୍ୟ ଚିତିମୁରି,ମଳୟ ଭଟ୍ଟାଚାର୍ଯ୍ୟ,ସୁବାସ ବେନାର୍ଜୀ,ଅଂଶୁମାନ ଆରତୀ, ଏବଂ ଆସିସଷ୍ଟାଣ୍ଡ ମେନେଜେର ଓଡିଶା, ରଶ୍ମି ରଞ୍ଜନ ରାଉତ ଏବଂ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଏସପି, କଲେକ୍ଟରଙ୍କ ସମେତ ଭଦ୍ରକ ପୋୖରାଧ୍ୟକ୍ଷା ଗୁଲମୁଖୀ ହବିବ, ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ,ବ୍ଲକ ଅଧ୍ୟକ୍ଷl ଉର୍ମିଳା ନାୟକ,ସୁଧାକର ରାଉତ, ଯୁବନେତା ଜାହିଦ,ନାସିରୁଦ୍ଦିନ ଖାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇ ଥିଲେ l

Leave a Reply

Your email address will not be published. Required fields are marked *