ଅର୍ଜୁନ ହସ କ୍ଲବ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

lବ୍ରହ୍ମପୁର (କୁକୁଡାଖଣ୍ଡି) ଅର୍ଜୁନ ହସ କ୍ଲୁବ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ କୁକୁଡାଖଣ୍ଡି ଜଳସେଚନ ପରିଦର୍ଶନ ବଙ୍ଗଳା ଠାରେ ସଭାପତି ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀ ଙ୍କ ଅଧ୍ୟକ୍ଷତା ରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଅଛି lଆଜି ର କାର୍ଯ୍ୟକ୍ରମ ସାଧାରଣ ସମ୍ପାଦକ ଡାକ୍ତର ସମରେନ୍ଦ୍ର କୁମାର ସାହୁ ଓ ଇଂଜିନିୟର ଅରୁଣ କୁମାର ପଟନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭ ରେ ବରିଷ୍ଠ ସଦସ୍ୟ ଶ୍ରୀ ସୁରେନ୍ଦ୍ର ମହାପାତ୍ର ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବନ୍ଦନା ଓ ମନ୍ତ୍ର ପାଠ କରିଥିଲେ lଉତ୍କଳ ସଂଗୀତ ବନ୍ଦେ ଉତ୍କଳ ଜନନୀ କରାଯାଇଥିଲା l ଦିବଂଗତ ସଦସ୍ୟ ମାନଙ୍କ ଅମର ଆତ୍ମା ର ଶାନ୍ତି ଓ ସଦଗତି ନିମନ୍ତେ ୨ମିନଟ ନିରବ ପ୍ରାର୍ଥନା କରlଯାଇଥିଲା lଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରଙ୍ଗlରଙ୍ଗ କାର୍ଯ୍ୟକ୍ରମ ସଂଗୀତ ଓ ନୃତ୍ୟ ଓ କୁଇଜ ପ୍ରତିଯୋଗିତା ହୋଇଥିଲା lଶ୍ରୀଯୁକ୍ତ ଇଂ ଅରୁଣ କୁମାର ପଟନାୟକ, ଇଂ ଶିରୀଶ ପ୍ରସାଦ ମିଶ୍ର,ବିଷ୍ଟ୍ନୁପ୍ରିୟା ମହାପାତ୍ର, ସମରେନ୍ଦ୍ର କୁମାର ସାହୁ ପ୍ରମୁଖ ଭାଗ ନେଇ ସଂଗୀତ ପରିବେଷଣ କରିଥିଲେ lଇଂ ବି ବେନୁଗୋପାଳ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l କୁକୁଡାଖଣ୍ଡି ବରିଷ୍ଠ ନାଗରିକ ଫୋରୁମ ର ସଭାପତି ଶ୍ରୀ ନିତ୍ୟାନନ୍ଦ ଦଳାଇ ଓ କର୍ମକର୍ତ୍ତା ମାନେ ଅତିଥି ଭାବେ ଯୋଗ ଦେଇଥିଲେ lଆଜି ର ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଗୌରୀ ଶଙ୍କର ମିଶ୍ର, ବସନ୍ତ କୁମାର ପାତ୍ର, ସୁରେନ୍ଦ୍ର ମହାପାତ୍ର, ପୂର୍ଣଚନ୍ଦ୍ର ବିଷୋୟୀ,ପ୍ରଶାନ୍ତ ମହାପାତ୍ର, ଭୀଷ୍ମଚାର୍ଯ୍ୟ ଚୌଧୁରୀ ପ୍ରମୁଖ ବହୁ ସଦସ୍ୟ ଓ ସହଧର୍ମିଣୀ ମାନେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l

Leave a Reply

Your email address will not be published. Required fields are marked *