ପ୍ରଧାନ ଶିକ୍ଷକ କ୍ରମାଗତ ଅନୁପସ୍ଥିତ ପାଇଁ ଶିକ୍ଷା ମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ଜନ ପ୍ରତିନିଧି
ସୋରଡ଼ା : ୧୭/୧୧() ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବୋରସିଙ୍ଗି ଗ୍ରାମରେ ଥିବା ଶ୍ରୀଧର ଉଚ୍ଚ ବିଦ୍ୟାଳୟ ରେ 1981 ମସିହାରୁ ଦୀର୍ଘ 43 ବର୍ଷ ହେଲା ସୁରୁଖୁରୁ ରେ ଶିକ୍ଷାଦାନ ଚାଲିଛି l ସରକାରଙ୍କ ଆର୍ଥିକ ଅନୁଦାନ ରେ ବିଦ୍ୟାଳୟ ରେ ସମସ୍ତ ପ୍ରକାର ଆଧୁନିକକରଣ ବ୍ୟବସ୍ଥା ହୋଇଛି l ମୋଟ ନବମ, ଦଶମ, ଯୁକ୍ତ ଦୁଇରେ 300 ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଅଛନ୍ତି l କିନ୍ତୁ ପରୀତାପ ର ବିଷୟ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ନିହାର ରଞ୍ଜନ ବେହେରା ଦୀର୍ଘ ଏକ ବର୍ଷ ରୁ ଉର୍ଦ୍ଧ ହେବ ନିୟମିତ ବିଦ୍ୟାଳୟ ଆସୁନାହାନ୍ତି l ମାସ ରେ କେବଳ ଶୁକ୍ରବାର ରେ ଆସନ୍ତି ଶନିବାର ଚାଲିଯାନ୍ତି l ଏହା ବିଦ୍ୟାଳୟ ର ସିସି ଟିଭି କୁ ଅନୁଧ୍ୟାନ କଲେ ମଧ୍ୟ ଜାଣି ହେବ ବୋଲି ସମିତି ସଭ୍ୟ ଭାସ୍କର ଦଳ ବେହେରା, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ମାହାଙ୍କୁଡ ଲିଖିତ ଅଭିଯୋଗ କରିଛନ୍ତି l ସହଯୋଗୀ ଶିକ୍ଷକ ମାନେ ଭୟରେ ଅଭିଯୋଗ କରୁନାହାନ୍ତି l ଲକ୍ଷାଧିକ ଟଙ୍କା ଦରମା ପାଉଥିବା ପ୍ରଧାନ ଶିକ୍ଷକ ନିୟମିତ ବିଦ୍ୟାଳୟ କୁ ନଆସିବା ଅତ୍ୟନ୍ତ ଦୁଃଖ ବିଷୟ l ଅନୁରୋଧ କରୁଛୁ ଏହାର ସମାଧାନ କରାଯାଉ l ପ୍ରଧାନ ଶିକ୍ଷକ ଙ୍କ ନିୟମିତ ଅନୁପସ୍ଥିତ ଯୋଙ୍ଗୁ ଶିକ୍ଷା ଯୋଜନା ର କାର୍ଯ୍ୟ କାରିତା, ଶୃଙ୍ଖଳା ରେ ବ୍ୟାଘାତ ସୃଷ୍ଟି ସ୍ୱାଭାବିକ ହୋଇପଡିଛି l ଏହି ମର୍ମରେ ଗୁରୁବାର ଶ୍ରୀ ଦଳବେହେରା, ଶ୍ରୀ ମାହାଙ୍କୁଡ କେନ୍ଦ୍ର ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ମୁଖ୍ୟ ସଚିବ, ଜିଲାପାଳ ଙ୍କୁ ଲିଖିତ ଅବଗତ କରାଇଛନ୍ତି ସମାଧାନ ପାଇଁ
