ଉମରକୋଟ ପୋଲିସ ୩ ଦିନରେ କଲା ସୁନା ଅଳଙ୍କାର ଚୋରି ଘଟଣାର ତଦନ୍ତ

। . ଗତ ୧୨ ତାରିଖ ମଧ୍ୟ ରାତ୍ରି ରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଦଶରାପଦା ସାହିରେ ହୋଇଥିବା ଚୋରି ଘଟଣାର ତଦନ୍ତ କରି ୩ ଦିନ ଭିତରେ ଚୋର କୁ ଧରିବାରେ ସଫଳ ହୋଇଛି ଉମରକୋଟ ପୋଲିସ। ସୂଚନା ନୁ ସାରେ ଦଶହରାପଦାରେ ବାସ କରୁଥିବା ବିବେକ ନାୟକ ଗତ୮.୧୧.୨୦୨୪ ଦିନ ନିଜ ମା ଓ ଭଉଣୀ ସହିତ ନବରଙ୍ଗପୁର ସ୍ଥିତ ନିଜ ଭଉଣୀ ଘରକୁ ବୁଲିବାକୁ ଯାଇଥିଲେ ।ଏବଂ ତା ପର ଦିନ ସେ ଜଗଡଲପୁର ଶୋପିଙ୍ଗ କରିବା ନିମନ୍ତେ ଯାଇ ଗତ ୧୨.୧୧.୨୪ ତାରିଖ ଦିନ ଉମରକୋଟ ଘରେ ପହଞ୍ଚି ଦେଖିବାକୁ ପାଇଲେ କି ତାଙ୍କ ଘର ତାଲା ଭାଙ୍ଗିବା ସହ ତାଙ୍କ ଘରେ ଥିବା ଆଲମାରୀ ଭାଙ୍ଗି କେହି ଦୁର୍ବୁତ୍ତ କଳାକନା ବୁଲାଇ ଦେଇଛି। ସ୍ଥାନୀୟ ପୋଲିସ ଉପଖଣ୍ଡ ଅଧିକାରୀ ମଧୁସିକ୍ତା ମିଶ୍ରଙ୍କ ସୂଚନା ନୁଯାଇ ଗତ ତା.୧୨.୧୧.୨୦୨୪ ତାରିଖରେ ବିବେକ ନାୟକ ଙ୍କ ଘରେ ଚୋରି ହୋଇଥିବା ଏକ ଲିଖିତ ଅଭିଯୋଗ ଆଧାରରେ ଉମରକୋଟ ପୋଲିସ ତନାଘନା ଆରମ୍ଭ କରିଥିଲା। ଘଟିଥିବା ଚୋରି ଘଟଣାରେ ଚୋରି ହୋଇଥିବା ସୁନା ଅଳଙ୍କାର ଓ ଲେପଟପ କୁ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି । ଉମରକୋଟ ପୋଲିସ ଓ ଏହି ଚୋରି ଘଟଣା ରେ ସମ୍ପୃକ୍ତ ସମସ୍ତ ୮ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ୮ ଜଣଙ୍କ ମଧ୍ୟରୁ ୪ ନାବାଳକ ଥିବାବେଳେ ୨ ଜଣ ଚୋରି ସାମଗ୍ରୀ କିଣିବା ଯୋଗୁ ଗିରଫ ହୋଇଛନ୍ତି। ଏହି ଘଟଣା ର ତଦନ୍ତ ଦାୟିତ୍ବ ଥାନା ଅଧିକାରୀ ତପନ କୁମାର ପତି ଙ୍କ ତତ୍ୱବିଧାନରେ ଉମରକୋଟ ଥାନା ର ତଦନ୍ତ ଅଧିକାରୀ ସବ ଇନ୍ସପେକ୍ଟର ସିବଜି ପଣ୍ଡା, ଅକ୍ଷୟ ମିଶ୍ର, ଗୃହରକ୍ଷୀ ବିମଲ ସାହା, ପ୍ରଦୀପ କୁମାର ରଥ, ବଳରାମ ଶର୍ମା ଓ ସାଇନଟିକ ଟିମ ଙ୍କ ସହାୟତା ରେ ସଂପୃକ୍ତ ସମସ୍ତ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଥିଲେ। ଏହି ଘଟଣାର ମୁଖ୍ୟ ଖଳନାୟକ ଯିଏ କି ବିବେକ ଙ୍କ ସମ୍ପର୍କୀୟ ଅଟନ୍ତି ଯିଏ କି ୧୪ ବର୍ଷୀୟ ନାବାଳକ ଓ ତାକୁ ମଧ୍ୟ ଗିରଫ କରିଛି ପୋଲିସ। ଏହି ଯୁବକ ହିଁ ବିବେକ ଙ୍କ ଘରର ସମସ୍ତ ତଥ୍ୟ ଅନ୍ୟ ଅଭିଯୁକ୍ତ ଙ୍କୁ ପ୍ରଦାନ କରିବା ସହ ଚୋରି ଘଟଣାରେ ମଧ୍ୟ ସଂପୃକ୍ତି ଥିଲା। ଗିରଫ ୪ ନାବାଳକ ଶେଖ ରାହିଁ (୧୭), ସାମନ୍ତ ହରିଜନ (୧୬), ସୁଯଲ ଦୀପ (୧୫), ଓମ ଦାସ (୧୪) ସମେତ ଟିକିରା ସାହିର ଟୁନା ଦାସ (୨୧), ଭଞ୍ଜଛକର ଶିବ ବାରିକ(୨୨) ଏବଂ ଚୋରି ସାମଗ୍ରୀ କିଣିବା ଅଭିଯୋଗ ରେ ରିତେଶ କରକରା (୨୨) ଲେପଟପ କିଣିଥିଲେ ଏବଂ ସୁନା ଅଳଙ୍କାର କିଣିବା ଅଭିଯୋଗରେ ଉମରକୋଟ ସନ୍ତୋଷୀ ନଗର ର କିଶୋର ଗୌଡ଼ (୨୧) କୁ PS Case ନ.୪୦୪ ତା.୧୨.୧୧.୨୦୨୪ U/S. ୩୩୧ (୪)/ ୩୦୫ (A) ଵଂଶ – ୨୦୨୩ ଆଧାରରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ପୋଲିସ ଏହି ଅଭିଯୁକ୍ତ ମାନଙ୍କ ନିକଟ ରୁ ସୁନାହାର ୩ ଟା, କାନଫୁଲ ୮ ଟା, ମୁଦି ୧ , ମଙ୍ଗଳ ସୂତ୍ର ୧, ସୁନା ଚୁଡ଼ି ୬ ଟା, ଲେପଟପ୍ ୧ ଓ ୨ ଟା ରୂପା ଗୋଡଆଙ୍ଗୁଠି ଜବତ କରିଛି। ଯାହାର ସମସ୍ତ ମୂଲ୍ୟପ୍ରାୟ ୯ ଲକ୍ଷ ଟଙ୍କା ହେବ ବୋଲି କହିଛି ଉମରକୋଟ ପୋଲିସ। ସମସ୍ତ ସାମଗ୍ରୀକୁ ଉମରକୋଟ ପୋଲିସ ବିବେକ ନାୟକଙ୍କୁ ଫେରସ୍ତ କରି ଦେଇଛି।ତେବେ ଚୋରି ହେଇଥିବା ସମସ୍ତ ସାମଗ୍ରୀ ଉଦ୍ଧାର ହେଇ ଯାଇଛି ଓ ଏହି ଘଟଣା ରେ ଆଉ କାହାର ସଂପୃକ୍ତି ନାହିଁ ବୋଲି ସୁଚନା ମିଳିଛି ଅନ୍ୟପଟେ ସମସ୍ତ ୪ ନାବାଳକ ଙ୍କୁ ନବରଙ୍ଗପୁର ମୁଖ୍ୟ ବିଚାରପତି ଜଷ୍ଟିସ ଯୁବେନଆଲ କୋର୍ଟ ଙ୍କ ନିକଟରେ ଉପସ୍ଥାପନ କରାଯିବା ପରେ ଭବାନୀପାଟଣା ଶିଶୁ ମାନଂକ ପାଈଁ ନିର୍ଦ୍ଧିଷ୍ଟ ଜେଲ କୁ ପଠାଇ ଦିଆ ଯାଇଛି ସେହି ପରି ୪ ସାବାଳକ ଙ୍କୁ ଉମରକୋଟ ପ୍ରଥମ ଶ୍ରେଣି ବିଚାରପତି ଙ୍କ କୋର୍ଟ ରେ ହଜାର କରା ଯାଇଥିଲ।

Leave a Reply

Your email address will not be published. Required fields are marked *