ଅଭିଭାବକଙ୍କୁ ମିକ୍ସ ତରକାରୀ ପିଲାଙ୍କ ପାଇଁ ପାଣିଆ ଡାଲମା
କୋଣାର୍କ,୧୮.୧୧()- ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଆଶ୍ରମ ସ୍କୁଲ ପରିସରରେ ଜନଜାତି ଗୈାରବ ଦିବସ ଓ ସହଭାଗିତା ପିତାମାତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଏକ ଅଭାବନୀୟ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ସରକାର ଶିକ୍ଷାର ବିକାଶ କରିବା ସହ କମୋଳମତି ଶିକ୍ଷା ପ୍ରତି ଆଗ୍ରହ, ପ୍ରତିଭା ବିକାଶ ପାଇଁ ବିଭନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ କିଛି ଅସାଧୁ ଅଧିକାରୀଙ୍କ ନିମନ୍ତେ ଏହା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ବିଶେଷ ସୂତ୍ରରୁ ଜଣାପଡେକି ଗତ ୧୫ ତାରିଖ ଦିନ ଆଶ୍ରମ ସ୍କୁଲ ପରିସରରେ ଅବିଭାବକ ସହଭାଗିତା ବୈଠକ ତଥା ଜନଜାତି ଗୌରବ ଦିବସ ଅନୁଷ୍ଟିତ ହୋଇଯାଇଛି। ଏହି ବୈଠକ ନିମନ୍ତେ ରାଜ୍ୟ ସରକାର ଆର୍ଥିକ ଅନୁଦାନ ଦେଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରିଥିବା ସାଧାରଣରେ ଅଭିଯୋଗ ହୋଇଛି। କାର୍ଯ୍ୟ କ୍ରମରେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ପାତର ଅନ୍ତର ନୀତି ପାଇଁ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କ ନିମନ୍ତେ ବିଭିନ୍ନ କିସମର ବ୍ୟଞ୍ଜନ ପ୍ରସ୍ତୁତ କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଭାତ ଡାଲମା ଖାଇବାକୁ ଦେବା କିଛି ଅଭିଭାବକ ନାପସନ୍ଦ କରିଅଛନ୍ତି। ଗୋଟିଏ କାର୍ଯ୍ୟକ୍ରମରେ ଅଭିଭାବକ ମାନେ ଭଲମନ୍ଦ ଖାଉଥିବା ବେଳେ ତାଙ୍କ ପାଖରେ ପିଲା ମାନେ ଭାତ ଡାଲମା ଖାଇବା କେତେ ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।ଏହି ଘଟଣାକୁ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ପଚାରିବାରେ,ସେ କଥାକୁ ଏଡାଇଯିବା ସହ ତାଙ୍କ ଦୃଷ୍ଟି ଗୋଚର ହୋଇନଥିବା କହିଥିଲେ। ଅନ୍ୟ ପକ୍ଷରେ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ସହିତ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭାପର ହୋଇପାରିନଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟକି ଜିଲ୍ଲା ମଙ୍ଗଳ ଅଧିକାରୀ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏ ଘଟଣା ବିଷୟରେ କିପରି ଜାଣି ପାରିଲେ ନାହିଁ ତାହା ସମସ୍ତଙ୍କୁ ଚକିତ କରିଛି।ଜିଲ୍ଲାପାଳ ଏହି ଘଟଣାକୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ପ୍ରକାଶ ପାଇଛି।
