ଅମାପ ସମ୍ପତ୍ତିର ମାଲିକ କୁବେର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ
-ଭିଜିଲାନ୍ସ ଜାଲରେ ବଡ଼ ମାଛ କୁବେର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଆୟ ବହିର୍ଭୁତ ଠୁଳ ଅଭିଯୋଗରେ ୧୦ ଗୋଟି ସ୍ଥାନରେ ଚାଲିଛି ରେଡ। ରେଡରେ ୭ ଜଣ ଡ଼ିଏସପି, ୩ ଜଣ ଇନିସ୍ପେକ୍ଟର, ୮ ଜଣ ଏଏସଆଇ ସାମିଲ। ଭୁବନେଶ୍ୱର ଝାରପଡାରେ ଗୋଟିଏ ତିନି ମହଲା ବିଶିଷ୍ଟ ଘର ଓ ଗେଲପୁର ଗୋଟିଏ ସୌନ୍ଦର୍ଯ୍ୟ ପୂର୍ଣ୍ଣ ଅଟ୍ଟାଳିକା, ଭଦ୍ରକ କାଉଁଶ ଠାରେ ତିନି ମହଲା କୋଠା,ଗେଲପୁର ଠାରେ ଦୁଇ ମହଲା କୋଠା,ବାସୁଦେବପୁର କପାଗାଡ଼ିଆ ଠାରେ ପୈତୃକ ଘର, ବରୁଣେଇରେ ସମ୍ପର୍କୀୟ ଘର, ଭଣ୍ଡାରୀପୋଖରୀ ଜୋରାଗାଡ଼ିଆରେ ଥିବା ଘର, ମୟୁରଭଞ୍ଜ ଧଳପୁର ସ୍ଥିତ ଘର, କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ କ୍ଵାଟର୍ସରେ ରେଡ ହୋଇଛି। ଏପରିକି କିଛି ସ୍ଥାନରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ଚଢ଼ାଉ କରାଯାଇଛି। ଅନେକ ଗୁପ୍ତ ତଥ୍ୟ ଓ ସମ୍ପତ୍ତି ଭିଜିଲାନ୍ସ ହାତରେ ଲାଗିଥିବା ସୂଚନା ମିଳିଛି। ଖୁବଶୀଘ୍ର ସମ୍ପୂର୍ଣ୍ଣ ସମ୍ପତ୍ତିର ତଥ୍ୟ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।
