ଦାରୁ ବ୍ରହ୍ମ
ଦାରୁ ବ୍ରହ୍ମ
କିଏ କହେ ତୋତେ କାଇଁଚ ମାଳିଆ
କିଏ କହେ ଜଗନ୍ନାଥ
କିଏ କହେ ପ୍ରଭୁ ତୁହି ନିଳମଣୀ
ତୁହି ପରା ଭକ୍ତ ନାଥ
କିଏ କହେ ଜଗନ୍ନାଥ।
ତୁହି ପରା ଅଟେ ଦାରୁ ବ୍ରହ୍ମ ପ୍ରଭୁ
ତୁହି ପରା ଦୁଃଖୀଧନ।
କିଏ ଡାକେ ତୋତେ ନିଳମଣୀ ପ୍ରଭୁ ତୁହି ପରା ଶ୍ୟାମ ଘନ
ତୁହି ପରା ଦୁଃଖୀଧନ।
ବଡ଼ଦେଉଳରେ ପୂଜା ପାଉ ପ୍ରଭୁ
ପୂଜା ପାଉ ଦାରୁ ମଧ୍ୟେ
ତୁଳସୀ ମାଳରେ ଶୋଭା ପାଉଥାଉ
ରହିଣ ରତ୍ନ ମଣ୍ଡପେ
ପୂଜା ପାଉ ଦାରୁ ମଧ୍ୟେ।
ଜଗନ୍ନାଥ ଧାମ ଅଟଇ ଶ୍ରୀକ୍ଷେତ୍ର
ସବୁ କ୍ଷେତ୍ରରେ ଯେ ଶ୍ରେଷ୍ଠ
ସୁଭଦ୍ରା ସହିତ ବଳଭଦ୍ର ସଙ୍ଗେ
ଯାଆନ୍ତି ପ୍ରଭୁ ହେ ଶ୍ରେଷ୍ଠ
ବଳଭଦ୍ର ଭାଇ ଜ୍ୟେଷ୍ଠ
ଶରଧାବାଲି ଯେ ଭକତ ଙ୍କ ପାଇଁ
ହୁଅଇ ଚଳ ଚଞ୍ଚଳ
ଭକତ ମାନେ ଯେ ଦର୍ଶନ କରନ୍ତି
ଛାଡି ନିଜର ଜଞ୍ଜାଳ।
ହୁଅଇ ଚଳଚଞ୍ଚଳ
ଆଷାଢ଼ ମାସରେ ମାଉସୀ ଘରକୁ
ଯାଉ ତୁ ନନ୍ଦିଘୋଷ ରେ
ଭଉଣୀ ତୋହର ଯାଇଥାଏ
ପରା ଦର୍ପଦଳନ ରଥରେ।
ଯାଉ ତୁ ନନ୍ଦିଘୋଷ ରେ।
ବଡ଼ଭାଇ ତୋର ମାଉସୀ ଘରକୁ
ଯାଏ ତାଳଧ୍ଵଜ ରଥେ
ଭାଇ ଭଉଣୀ ଙ୍କୁ ଭକତ ମାନେ ଯେ
ଦେଖନ୍ତି ରଥର ମଧ୍ୟେ
ଯାଏ ତାଳଧ୍ଵଜ ରଥେ
ଆହେ ଦାରୁ ବ୍ରହ୍ମ ଜଗତର ନାଥ
ଜଗତ ବାସୀ ଙ୍କ ପାଇଁ
ବେତ ହଲାଅନ୍ତି ପଣ୍ଡା ଭାଇ ମାନେ
ଭକତ ଆସନ୍ତି ଧାଇଁ
ଜଗତ ବାସୀ ଙ୍କ ପାଇଁ।

ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬
