ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ରେ କେରିଅର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଉଦଳା ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ରେ ଅକେସିଏଲ ତରଫରୁ ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଶୀଭୂଷଣ ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରି ସମସ୍ତ ଯୁବପୀଢ଼ିଙ୍କୁ କମ୍ପ୍ୟୁଟରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଉଦଳା କମ୍ପ୍ୟୁଟର ଏକାଡେମୀ ର ମୁଖ୍ୟ ସତ୍ୟବ୍ରତ ହାତୀ ଅତିଥି ପରିଚୟ ଦେବା ସହ ଓଏସସିଆଇଟି କୋର୍ସର ଗୁରୁତ୍ବ ଆଲୋଚନା କରିଥିଲେ । ଅକେସିଏଲ ର ଜିଲ୍ଲା ସଂଯୋଜକ ସମରେନ୍ଦ୍ର ବଶା ଓ ଏଏସଏମ ଚନ୍ଦ୍ରଭାନୁ ଦାଶ ପିଲାଙ୍କୁ ସାର୍ଟିଫିକେଟ ର ଗୁରୁତ୍ୱ ଓ ଏହା କ୍ୟାରିୟର ପାଇଁ କେତେ ଜରୁରୀ ତାହା ଆଲୋଚନା କରିବା ସହିତ ଆଗାମୀ ଦିନରେ କଲେଜ କ୍ୟାମ୍ପସ ରେ ଏକ ନଲେଜ ସେଣ୍ଟର କରିବାକୁ ଅଧ୍ୟକ୍ଷ ଙ୍କୁ ପରାମର୍ଶ ଦେଇଥିଲେ । ଅଧ୍ୟାପିକା ସୁଧାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ଅନୁଷ୍ଠାନ ର କର୍ମଚାରୀ ପ୍ରମିଳା ବାରିକ,ପ୍ରିୟଙ୍କା ସାନ୍ତ୍ରା ଓ ରୋଜାଳିନ ଦତ୍ତ ଙ୍କ ସହାୟତାରେ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିଲା ।
