ଓଡିଶା ପ୍ରେସ୍ ଏକାଡେମୀର ବାର୍ଷିକ ଉତ୍ସବ
ସମ୍ବର୍ଦ୍ଧିତ ହେଲେ ଯୁବ ମିଡିଆ ପ୍ଲାନର ଭରତ ପ୍ରଧାନଭୁବନେଶ୍ୱର: ଓଡିଶା ପ୍ରେସ୍ ଏକାଡେମୀ ଦ୍ୱାରା ଆୟୋଜିତ ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ତଥା ବିଭିନ୍ନ ତଥ୍ୟକୁ ପ୍ରିଣ୍ଟ, ଟେଲିଭିଜନ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର ଦାୟିତ୍ୱ ବହନ କରି ଏକ ବିଶେଷ ଭୂମିକା ନିର୍ବାହ କରୁଥିବା ଯୁବ ଉଦ୍ୟୋଗୀ ଭରତ ପ୍ରଧାନ (ଭରତ ମୋସନ ଇଭେଣ୍ଟ) ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଏହି ସମ୍ବର୍ଦ୍ଧନା ଉତ୍ସବରେ ଓଡିଶା ପ୍ରେସ୍ ଏକାଡେମୀର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ପ୍ରଧାନ, ଉପସଭାପତି ଡକ୍ଟର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଘଡେଇ, ମୁଖ୍ୟବକ୍ତା ଭାବେ ପୂର୍ବତନ ଉପବାଚସ୍ପତି ଶ୍ରୀଯୁକ୍ତ ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ରବି ରାୟ, ସଜ୍ଜନ ଶର୍ମା ପ୍ରମୁଖ ଯୋଗଦେଇଥିଲେ l
