ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ସମବାୟ ସପ୍ତାହ ପାଳନ

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ସମବାୟ ସପ୍ତାହ ପାଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ପୌରାଧକ୍ଷ। ଅର୍ଚ୍ଚନା ସିଂ ବିକଶିତ ଓଡ଼ିଶା ଗଠନ ରେ ସମବାୟ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ କହିଛନ୍ତି । ଏହା ସହିତ ଚଳିତ ବର୍ଷ ଜିଲ୍ଲାରେ 114 ମନ୍ଦିର ଧାନ ସଂଗ୍ରହ କରାଯିବା ସହିତ ଚାଷୀ ଙ୍କୁ କୁଇଣ୍ଟାଲ ପିଛା 3100 ଟଙ୍କା ପ୍ରଦାନ କରାଯିବ । ଏହା ସହିତ କୃଷି ଜାତ ଦ୍ରବ୍ୟର ଉଚିତ ମୂଲ୍ୟରେ ବିକ୍ରିବଟା ପାଇଁ ସମସ୍ତ ନିୟନ୍ତ୍ରିତ ବଜାର କମିଟିରେ ଇ ମାର୍କେଟିଂ ର ବ୍ୟବସ୍ଥା, ବୟନ, ମତ୍ସ୍ୟ, ଦୁଗ୍ଧ ଉତ୍ପାଦନ, ହସ୍ତଶିଳ୍ପ କ୍ଷେତ୍ରରେ ଉତ୍ପାଦନ କାରୀ ମାନଙ୍କୁ ସମବାୟ ମାଧ୍ୟମରେ ସଂଗଠିତ କରାଯାଇ ବିପଣନ ବ୍ୟବସ୍ଥା ର ସୁଦୃଢ଼ୀକରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *