ଗାଁ ସାଥୀ ମାନଙ୍କ ସମସ୍ୟା ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ର ବୈଠକ

ଧରାକୋଟ:-୨୦/୧୧ ଧରାକୋଟ ନିକଟସ୍ଥ ବଲ୍ମିକେଶ୍ୱର ମନ୍ଦିର ନିକଟରେ ଗାଁ ସାଥୀ ସଂଘ ମେଟ ମାନଙ୍କ ମିଳିତ କ୍ରିୟାନୁଷ୍ଠାନ କମିଟି ର ବୈଠକ ସଂଘର ଜିଲ୍ଲା ସଭାପତି ରବୀନ୍ଦ୍ର ନାଥ ଗୌଡ଼ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବରେ ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ଶତପଥୀ,ଅଶୋକ କୁମାର ପଲାଇ ଙ୍କ ସମେତ ବ୍ଲକ ସଭାପତି ଲଡୁ କିଶୋର ଦାସ,ସମ୍ପାଦକ ପ୍ରମୋଦ କୁମାର ମହାରଣା, କୋଷାଧ୍ୟକ୍ଷ ପ୍ରମୋଦ କୁମାର ତ୍ରିପାଠୀ,ପ୍ରମୁଖ ଉପସ୍ଥିତ ରହିଥିଲେ । ଗାଁ ସାଥୀ ମାନଙ୍କର ଦାବୀ ଗୁଡ଼ିକ ମଧ୍ୟରେ ଗତ ୨୦୦୮ ମସିହାରେ ନିଯୁକ୍ତି ପାଇଥିବା ଗାଁ ସାଥି ମାନଙ୍କର ସଠିକ ତଥ୍ୟ ବ୍ଲକ ପ୍ରଶାସନ ତରଫରୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବା, ମନରେଗା କାର୍ଯ୍ୟର ତଦାରଖ ପାଇଁ ଏନ ଏମ ଏମ ଏସ କରିବା ପାଇଁ ଗାଁ ସାଥୀ ମାନଙ୍କର ଅଧିକାର ରହିଥିବା ବେଳେ ବ୍ଲକ ପ୍ରଶାସନ ତରଫରୁ ଏହାକୁ ଗୁରୁତ୍ଵ ନଦେଇ ବାହାର ଲୋକ ଙ୍କର ପଞ୍ଜିକରଣ କରାଯିବା ଯୋଗୁଁ ଏଥିରେ ବ୍ୟାପକ ଅନିୟମିତତା ଓ ହରିଲୁଟ ହେଉଥିବାରୁ ଏହାର ପ୍ରତିବାଦ କରାଯାଇଥିଲା । ଏହା ପରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧରାକୋଟ ବି ଡି ଓ ଡେନିସ ବେହେରାଙ୍କୁ ସାକ୍ଷାତ କରି ଦାବି ଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯିବା ପରେ ଏହାର ଯଥା ଶୀଘ୍ର ସମାଧାନ ପାଇଁ ବି ଡି ଓ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଦାବୀ ପୁରଣରେ ବିଳମ୍ବ ହେଲେ ଆଗାମୀ ଦିନରେ ଗାଁ ସାଥୀ ମାନେ ଆନ୍ଦୋଳନ କୁ ଓହ୍ଲାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ଆଜିର ବୈଠକରେ ପ୍ରତାପ ଗୌଡ଼,ମନୋଜ ଗୌଡ଼,ଶିବରାମ ଦାସ,ନନ୍ଦ କିଶୋର ଗୌଡ଼ ପ୍ରମୁଖ ଙ୍କ ସମେତ ସମସ୍ତେ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *