କଳାକାର ବାସନ୍ତୀ ଅପା ଙ୍କୁ ସହାୟତା ପ୍ରଦାନ କଲେ ହରିଭାଇ କମେଡି କ୍ଲବ

ଅନ୍ନପୂର୍ଣା ଥିଏଟରରେ ନାୟିକା ଭୂମିକାରେ ୭୦-୮୦ ଦଶକରେ ଚହଳ ସୃଷ୍ଟି କରିଥିବା ନାୟିକା ସାଗରବାଳା ପଟନାୟକ ଓରଫ ବାସନ୍ତୀ ଅପାଙ୍କୁ ସହାୟତାର ହାତ ବଢ଼େଇଲେ ଚଳଚିତ୍ର ଜଗତର ବିଶିଷ୍ଟ ହାସ୍ୟ ଅଭିନେତା ହରି ଭାଇ। ଜଗତସିଂହପୁର ସଦରବ୍ଲକ ଅଂଳା ଗ୍ରାମପଞ୍ଚାୟତର ମକରମପୁରରେ ପରିଣତ ବୟସରେ ଏକ ଛୋଟ ଚା ଦୋକାନ କରି ଅକର୍ମଣ୍ୟ ପୁଅ ,ବୋହୁ ଦୁଇ ନାତିନାତୁଣୀଙ୍କୁ ନେଇ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ବାସନ୍ତୀ ଅପାଙ୍କୁ ଆଜି ସାକ୍ଷାତ କରି ଆର୍ଥିକ ସହାୟତା ସହ ପ୍ରତି ମାସରେ ଆର୍ଥିକ ସାହାର୍ଯ୍ୟ କରିବେ ବୋଲି ହାସ୍ୟ ଅଭିନେତା ହରି ଘୋଷଣା କରିଛନ୍ତି । ହରିଭାଇ କାମେଡି କ୍ଲବ ଏକ ମହତ ଉଦ୍ଦେଶ୍ୟ ନେଇ ଗଠନ କରାଯାଇଛି । ଯେଉଁ କଳାକାର ମାନେ ପରିଣତ ବୟସରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସେହି ମାନଙ୍କ ପାଇଁ ପ୍ରତିମାସରେ ସହାୟତା ଯୋଗାଇଦେବାକୁ ଅନୁଷ୍ଠାନ ର ଅଧ୍ୟକ୍ଷ ହରିଭାଇ କହିଛନ୍ତି ।

Leave a Reply

Your email address will not be published. Required fields are marked *