ଆନନ୍ଦପୁର ଷ୍ଟାଡିଅମ ପଡିଆରେ ତିନିଦିନ କୃଷି ଯନ୍ତ୍ରପାତି ମେଳା
** ** ଆନନ୍ଦପୁର ଷ୍ଟାଡିୟମ ପଡିଆରେ କୃଷି ଓ କୃଷକ ସଶକ୍ତକରଣ ଵିଭାଗ ଦ୍ୱାରା କୃଷିଯନ୍ତପାତି ମେଳା ଆରମ୍ବ ହୋଇଛି l ଜିଲ୍ଲା ଅଧିକାରୀ ଆନନ୍ଦପୁର ଙ୍କ ସୌଜନ୍ୟରେ ଉପ ଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜନ କରାଯାଇଛି. ଆଜିର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ସମ୍ମାନିତ ଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ରଜନୀ ରାଣୀ ଖଟୁଆ , ଚେୟାରମ୍ଯାନ ଆନନ୍ଦପୁର ପୌରପରିଷଦ, ଜିଲ୍ଲା ପରିଷଦ ଜିତେନ୍ଦ୍ର କୁମାର ସାମଲ,ସାବିତ୍ରୀ ସେଠି ଚେୟାରମ୍ଯାନ ହାଟଡିହି ବ୍ଲକ,ଶ୍ରୀମତୀ. ମଧୁସ୍ମିତା ଦାସ, ଜ଼ିପି ମେମ୍ବର, ଜିଲ୍ଲାପରିଷଦ ଶ୍ରୀମତୀ ଅସୀମା ମିଶ୍ର , ଜାନକୀଲତା ଜେନା ,ଆତ୍ମା ଅଧ୍ୟକ୍ଷ ହାଟଡିହି , ପର୍ଶୁରାମ ବେହେରା,ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ, କେନ୍ଦୁଝର ଫାଲ୍ଗୁନୀ ମାଝୀ ଉପ ଜିଲ୍ଲାପାଳ ଆନନ୍ଦପୁର j ନକୁଳ ନାୟକ , ଏସ ଡି ଭି ଓ ଆନନ୍ଦପୁର, ସୁରେନ୍ଦ୍ର କୁମାର ଡେଲକି , ଏ ଡି ଏଚ ଆନନ୍ଦପୁର ଅତିଥି ଭାବେ ଯୋଗଦେଇଥିଲେ l ଏହି ମେଳା ଉଦଘାଟନ ମଞ୍ଚରେ ସିଂରାଇ ମାରlଣ୍ଡୀ ଏ ଡି ଓ ଆନନ୍ଦପୁର ଙ୍କ ସଭାପତିତ୍ବ କରିଥିଲାବେଳେ,ମାନସ ରଞ୍ଜନ ପ୍ରଧାନ ଏ ଏ ଓ ଘସିପୁରା ସଭା ପରିଚାଳନା କରିଥିଲେ lଏହି ମେଳା ପୂର୍ବ ବର୍ଷ ମାନଙ୍କରେ କେବଳ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେଉଥିଲା. କିନ୍ତୁ ଏହି ଦ୍ଵିତୀୟ ବର୍ଷ ପାଇଁ ଉପଖଣ୍ଡ ସ୍ତରରେ ମେଳା ର ଆୟୋଜନ କରାଯାଇଛି. I ଏହି ମେଳାରେ କୃଷି ବିଭାଗର ପ୍ରୟାସ ଯେପରି ଏହି ମେଳାରେ ଗ୍ରାମାଞ୍ଚଳ ଚାଷୀମାନେ ଅତି ନିକଟରୁ ବିଭିନ୍ନ ନୂତନ କୃଷି ଜନ୍ତ୍ରପାତି ର ପ୍ରଦର୍ଶନ ଦେଖିବାକୁ ପାଇବେ. I ଚଳିତ ମାସ 20, 21, ଓ 22 ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଏହି ଆନନ୍ଦପୁର ଉପଖଣ୍ଡ ସ୍ତରୀୟ କୃଷି ଜନ୍ତ୍ରପାତି ମେଲା ର ଆଜି ଶୁଭାରମ୍ଭ ଅତିଥି ମାନଙ୍କ କରକମଳରେ କରାଯାଇଛି. I ଏହା ଆମ ଆନନ୍ଦପୁର ମାଟିର ତଥା ଆନନ୍ଦପୁର, ଘସିପୁରା ହାଟଡିହି ବ୍ଲକ ର ଚାଷୀ ମାନଙ୍କ ପାଇଁ ଏକ ବିଶେଷ ସୁଯୋଗ ଆଣିଦେଇଛି. I ଷ୍ଟାଡ଼ିଅମ ପଡିଆରେ ଅନୁଷ୍ଠିତ ଏହି ମେଳାରେ ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ଓ ଉପକରଣ ପ୍ରଦର୍ଶିତ ହେବା ସହିତ ରିହାତି ଦରରେ ବିକ୍ରିର ବ୍ୟବସ୍ତା କରାଯାଇ ଅଛି l ମହିଳା ଚାଷୀ ମାନଙ୍କୁ ଚାଷ କାମରେ ଅଧିକ ସାହାଯ୍ୟ କରିବା ପାଇଁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଶତକଡା ୭୫ ଭାଗ ରିହାତି ବ୍ୟବସ୍ଥା ରହିଛି. I କୃଷି ରୁଣ ପାଇବା ପାଇଁ ବାଙ୍କରର୍ସ ମାନଙ୍କ ର ଷ୍ଟଲ ର ବ୍ୟବସ୍ଥା କରାଯାଇଛି. I ଯୁଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ମକୁୟ ( ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନା) 50 ରୁ 60 ଶତକଡା ରିହାତି ର ବ୍ୟବସ୍ଥା କରାଯାଇଛି.l ଏହି ତିନି ଦିନ କୃଷି ପାଠଶାଳା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି l
