ଉତ୍କଳ ଆଲୁମିନା ର ଦୀପାବଳି ଉପହାର କୁ ଗ୍ରହଣ କଲାନି କାଶୀପୁର ବ୍ଲକ ସାମ୍ବାଦିକ ସଙ୍ଗ

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୋରାଗୁଡା ଠାରେ ଥିବା ଉତ୍କଳ ଆଲୁମିନା କାରଖାନାର ଲୋକ ସମ୍ପର୍କ ଅଧିକାରୀ ପିତାମ୍ବର ବେହେରା କାଶୀପୁର ବ୍ଲକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦୀପାବଳି ଉପହାର ଦେବା ପାଇଁ ଘରେ ଘରେ ବୁଲି କାକତି ମିନତୀ ହେଉଥିବା ବେଳେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ଉତ୍କଳ ଆଲୁମିନା ଲୋକ ସମ୍ପର୍କ ଅଧିକାରୀ ଙ୍କୁ ଶିଶୁପାଳ କରି ପଠେଇ ଦେଇଥିବା ବେଳେ କାଶୀପୁର ବ୍ଲକ ରେ ବର୍ତ୍ତମାନ ଏଭଳି ଏକ ଲଜ୍ୟା ଘଟଣା କୁ ନେଇ ଚର୍ଚ୍ଚାର ବିଷୟ ପାଲେଟିଯାଇଛି ।ପ୍ରକାଶ ଥାଉ କି ଦୁଇ ଦଶନ୍ଧି ଧରି ଅଂଚଳରେ ଉତ୍କଳ ଆଲୁମିନା ନାମକ ଏକ ଘରେଇ କାରଖାନା ଏଠାରେ ଗଡି ଉଠିଥିବାବେଳେ ଦୁନିଆ ସପ୍ନ ଦେଖାଇ ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଲୋକେ କେବଳ ପ୍ରତାରଣା ର ଶିକାର ହେବାକୁ ପଡୁଥିବା ଅଭିଯୋଗ ହେଉଛି । ଏଠାରୁ କମ୍ପାନୀ କୋଟି କୋଟି ଟଙ୍କାର ଲାଭ ପାଉଥିବାବେଳେ ଅଞ୍ଚଳର ମୌଳିକ ଅଧିକାର ଯଥା ଶିକ୍ଷା/ସ୍ୱାସ୍ଥ୍ୟ ଓ ରୋଜଗାର ଭଳି ଯୋଜନା ସବୁ କୁ ଅଣଦେଖା କରୁଥିବା ଅଭିଯୋଗ ହେଉଅଛି। କାରଖାନା ର ବିପଦ ପରିବେଶ ସୃଷ୍ଟି ହେଉଥିବା ବେଳେ ଅଞ୍ଚଳରେ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବା ଅନେକ ଦୃଷ୍ଟାନ୍ତ ରହିଥିବା ପୁଣି ପାରିପାର୍ଶ୍ବିକ ଲୋକ ଅତିଷ୍ଠ ହେଇ ନ୍ୟାୟ ପାଇବା ପାଇଁ ପ୍ରଶାସନ ,ନ୍ୟାୟାଳୟ,ଓ ଏନ ଜି ଟି ପୁଣି ଭୁବନେଶ୍ୱର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସୁଦ୍ଧା ସୁଫଳ ମିଳି ପାରୁନାହିଁ । ସେହିପରି ଅଞ୍ଚଳ ଏକ ଦାରିଦ୍ର୍ୟ ସୀମା ରେ ରହୁଥିବା ବେଳେ ଅନାହାର ମୃତ୍ୟୁ ଖବର ସାରା ବିଶ୍ଵରେ ପରିଚୟ ସୃଷ୍ଟି କରିଛି । କିନ୍ତୁ ପରିତାପ ଏହି କି ଅଞ୍ଚଳର ଖଣି/ପାଣି ନେଇ ମଙ୍ଗଳମ ବିର୍ଲା କ୍ରୋଟାଧିପତି ହେଉଥିବା ବେଳେ ଅଞ୍ଚଳରେ ଯୁବକ ମାନେ ପ୍ରତିପୋଷଣ ପାଇଁ ତାମିଲନାଡୁ , କେରଳ ଓ ଆନ୍ଧ୍ରପ୍ରଦେଶ ଭଲ ଅନ୍ୟ ରାଜ୍ୟ ରେ ଦାଦାନ ଖଟି ମୃତ୍ୟୁ ର ଶିକାର ହେଉଥିବା ଉଦାହରଣ ରହିଛି । କାରଖାନା କର୍ତ୍ତୃପକ୍ଷଙ୍କର ଅଞ୍ଚଳ ପ୍ରତି ହେଉଥିବା ଏଭଳି ଅବିଚାର କୁ ନେଇ କାଶୀପୁର ବ୍ଲକ ଗଣମାଧ୍ୟମ ଉତ୍କଳ ଆଲୁମିନା ବିପକ୍ଷ ରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ଖବର କାଗଜ, ୱେବ ମିଡ଼ିଆ, ଇଲେକ୍ଟ୍ରି ମିଡ଼ିଆ ଓ ସୋସିଆଲ ମିଡ଼ିଆ ଦ୍ଵାରା ପ୍ରସାର ପ୍ରଚାର କରିଥିବା ହେତୁ ବ୍ଲକ ଗଣମାଧ୍ୟମ ପ୍ରତିନିଧି ଏବଂ ଉତ୍କଳ କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟରେ ଦୀର୍ଘଦିନ ଧରି ଯୁକ୍ତିତର୍କ ଚଳୁଥିବାବେଳେ ସ୍ଥାନୀୟ ଗଣମାଧ୍ୟମ କରଖାନ ଦ୍ୱାରା ଅନୁଷ୍ଠିତ କୌଣସି କାର୍ଯ୍ୟକ୍ରମ ରେ ଯୋଗ ଦେଉନାହାନ୍ତି । ହେଲେ ଅନେକ ବାଟ ଦେଇ ଉତ୍କଳ ଆଲୁମିନା ଲୋକ ସମ୍ପର୍କ ଅଧିକାରୀ ପିତାମ୍ବର ବାବୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରଲଭନ ଦେଖାଇବାକୁ ଚେଷ୍ଟା କରି ବିଫଳ ହେଉଥିବା ବେଳେ ଆଜି ଉକ୍ତ ଘଟଣା ରେ ଅପଦସ୍ତ କରି ତାଙ୍କୁ ଫେରସ୍ତ ପଠାଯାଇଥିଲା । ଏଭଳି ଘଟଣା ସ୍ଥାନୀୟ ଲୋକଙ୍କର ନଜର ଆସିବା ପ୍ୟାରେ ସେ ଟିକିରି ସ୍ଥିତ ଏକ କୋରିଅର ଦୋକାନରେ ଦୋକାନୀଙ୍କ ଅନୁପସ୍ଥିତ ରେ ଦେକାନ କର୍ମଚାରୀଙ୍କ ଦାଇତ୍ୱ ରେ ଦେଇ ଚମ୍ପଟ ମାରିଥିଲେ । ଏ ସମ୍ପର୍କରେ ସ୍ଥାନୀୟ କାର୍ଯ୍ୟରତ ଗଣମାଧ୍ୟମ ବୃନ୍ଦ ଉପହାର ଚଡି ଅଞ୍ଚଳ ବାସୀ ଙ୍କର ନ୍ୟାୟ ପ୍ରତି କାରଖାନା କର୍ତ୍ତୃପକ୍ଷ ତୁରନ୍ତ ସମାଧାନ ଦିଗରେ କାମ କରନ୍ତୁ ବୋଲି ପ୍ରତିକ୍ରିୟା ଦେଇଥିବାବେଳେ ବୁଦ୍ଧିଜୀବୀ ମହଲରେ ଏଭଳି ପଦକ୍ଷେପ ପାଇଁ ଗଣମାଧ୍ୟମ ଙ୍କୁ ପ୍ରସଙ୍ଗସା କରିଥିବା ଦେଖିବାକୁ ମିଳିଛି।

କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *