ସମାଜସେବୀ ତଥା ବିଜେପି ନେତା ଯଜ୍ଞ ପ୍ରସାଦ ସାହୁଙ୍କ ସାମ୍ବାଦିକ ସମ୍ବିଳନୀ

ଆନନ୍ଦପୁର ଘସିପୁରା ବ୍ଲକରେ ହରିଚନ୍ଦ୍ର ଯୋଜନାରେ ମିଳୁଥିବା ଟଙ୍କା ପାଇଁ ଜଣେ ମହିଳାଙ୍କ ଜୁଇ ଦୁଇଥର ମରିବା ଦର୍ଶାଯାଇ ଜଣକ ନାଁରେ ଦୁଇ ଦୁଇଥର ଟଙ୍କା ଆତ୍ମସାର୍ଥ କରିଥିବାର ଜଣାପଡିଛି l ସରକାରୀ ସହାୟତା ପ୍ରଦାନ କରିବା ନାମରେ କେଉଁଟି ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଯାଇଛି। ଆଉ କେଉଁଠି ଏହି ସହାୟତା ଅର୍ଥ ଲୁଟ୍ ପାଇଁ ସରକାରୀ କାଗଜରେ ଜଣେ ମହିଳାଙ୍କୁ ଦୁଇଥର ଜୁଇରେ ଶୋଇବାକୁ ପଡ଼ିଛି। ପୁଣି କେଉଁଠି ସହାୟତା ଆଳରେ ଜଣିଏ ଲୋକକୁ ଦୁଇ ଜଣକର ପୁଅ ଭାବେ ପ୍ରଦର୍ଶିତ କରାଯାଇଛି। ଆଉ ସାଙ୍ଘାତିକ କଥା ହେଉଛି ୨ ବର୍ଷ ତଳେ ମୃତ୍ୟୁବରଣ କରିଥିବା ଯୁବକ ୪ ମାସ ତଳେ ହରିଶ୍ଚନ୍ଦ୍ର ସହାୟତା ପାଇଛନ୍ତି। ହରିଶ୍ଚନ୍ଦ୍ର ଯୋଜନାରେ ଏଭଳି ମନଇଚ୍ଛା ଦୁର୍ନୀତି ହୋଇଛି ଘଷିପୁରା ବ୍ଲକରେ। ଘସିପୁରା ବ୍ଲକ୍ ଗୋହିରା ପଞ୍ଚାୟତ ତାଳଗାଁର ଚନ୍ଦା ମହାକୁଡ। ଗାଁରେ ମୂଲ ମଜୁରୀ ସହ ଚାଷ କରନ୍ତି। ସେ ଜୀବିତ ଥାଉ ଥାଉ ତାଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଯୋଜନାରେ କେହି ସହାୟତା ରାଶି ହଡ଼ପ କରି ନେଇଛି। ସହାୟତା ରାଶି ତାଙ୍କ ପତ୍ନୀ ନିରଶି ମହାକୁଡ ନେଇଥିବା ସରକାରୀ ତଥ୍ୟରେ ଉଲ୍ଲେଖ ରହିଛି। ତେବେ ସେଥିରେ ଥିବା ମୋବାଇଲ ନମ୍ବରଟି ନିରଶୀଙ୍କର ନୁହେଁ। ସେହିଭଳି ଏହି ପଞ୍ଚାୟତ ଭୋଳନୁଆଗାଁର ରସୁଣି ଦାସଙ୍କର ମୃତ୍ୟୁ ୧୯ ଜୁଲାଇ ୨୦୨୪ରେ ହୋଇଛି। ପୁଅ ଶିବ ଦାସ ଅନ୍ତିମକ୍ରିୟା ପାଇଁ ସମାନ ଦିନରେ ୨ ହଜାର ଟଙ୍କା ସହାୟତା ନେଇଥିବା ସରକାରୀ ତଥ୍ୟ କହୁଛି। ବାସ୍ତବ କଥା କିନ୍ତୁ ଭିନ୍ନ। ୪ ବର୍ଷ ତଳୁ ରସୁଣୀଙ୍କ ମୃତ୍ୟୁ ହୋଇଛି। ଆଉ ଯେଉଁ ପୁଅ ସହାୟତା ନେଇଥିବା ଦସ୍ତାବିଜ୍ କହୁଛି, ସେ ମଧ୍ୟ ୨ ବର୍ଷ ତଳୁ ମୃତ୍ୟୁବରଣ କରିଛନ୍ତି। ତେବେ ଗତ ଜୁଲାଇ ୧୯ରେ ସେ କିପରି ହରିଶ୍ଚନ୍ଦ୍ର ସରକାରୀ ସହାୟତା ପାଇଲେ ବୋଲି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଯଜ୍ଞ ପ୍ରସାଦ ସାହୁ ପ୍ରଶ୍ନ କରିଛନ୍ତି। ଆଜି ଘସିପୁରାସ୍ଥିତ ହୋଟେଲ ଗାୟତ୍ରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରସାଦ ଅଭିଯୋଗ କରି କହିଛନ୍ତି ଯେ, ପୂର୍ବର ବିଜେଡି ସରକାର ସମୟରେ ଘସିପୁରା ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ୫୫ ଜଣ ମୃତକଙ୍କ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଫୋନ୍ ନମ୍ୱର୍ ଥିବା ଦର୍ଶାଇ ସହାୟତା ଅର୍ଥ ପ୍ରଦାନ କରାଯାଇଛି। ସେହିପରି ଅନ୍ୟ ଏକ ନମ୍ୱରରେ ୮ ଜଣ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଅର୍ଥ ପ୍ରଦାନ କରାଯାଇଛି। କେଉଁଠି ଏହି ନମ୍ୱର୍ ବ୍ୟବହାରକାରୀଙ୍କୁ ପୁଅ ତ ପୁଣି କେଉଁଠି ସ୍ବାମୀ, ଆଉ କେଉଁଠି ସ୍ତ୍ରୀ ପୁଣି କେଉଁଠି ନାତି ବୋଲି ଦର୍ଶା ଯାଇଛି। ସେହିପରି ଆଉ କିଛି ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବର ଦେଖାଇ ଏହି ଅର୍ଥ ହରିଲୁଟ ହୋଇଥିବା ଘସିପୁରାର ଯୁବନେତା ଯଜ୍ଞ ପ୍ରସାଦ ସାହୁ କହିଛନ୍ତି। ଅପରପକ୍ଷରେ ଭୋଳନୂଆଗାଁ ନିବାସୀ ସୁକାନ୍ତ ଦାସ କରୋନା ଆକ୍ରାନ୍ତ ହୋଇ କେନ୍ଦୁଝର କୋଭିଡ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ। ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତେବେ ପତ୍ନୀ କୁନି ଦାସ ସହାୟତା ରାଶି ପାଇ ନାହାନ୍ତି। ପ୍ରଶାସନ ଶବଦାହ କରାଇଥିବା ବେଳେ ହରିଶ୍ଚନ୍ଦ୍ର ସହାୟତା ଅର୍ଥ କିଏ ନେଇଛି ବୋଲି ଶ୍ରୀ ପ୍ରସାଦ ପ୍ରଶ୍ନ କରିଛନ୍ତି। ଏହି ଗାଁର ନଟବର ପାତ୍ରଙ୍କ ପୁଅ ସନ୍ତୋଷ ନିଜ ପିତାଙ୍କ ଅନ୍ତିମ ସଂସ୍କାର ପାଇଁ ୨୦୦୦ ଟଙ୍କା ସହାୟତା ନେଇଥିଲେ। ତେବେ ପୁନଶ୍ଚ ତାଙ୍କୁ ନୀଳମଣି ପାତ୍ରଙ୍କ ପୁଅ ଦର୍ଶାଇ ଅର୍ଥ ପ୍ରଦାନ କରାଯାଇଥିଲା। ଆଉ ଉଭୟ ସ୍ଥାନରେ ଗୋଟିଏ ମୋବାଇଲ ନମ୍ୱର୍ ପ୍ରଦାନ କରାଯାଇଛି। ଜଣିଏ ବ୍ୟକ୍ତି ସରକାରୀ ଦସ୍ତାବିଜରେ କିଭଳି ଦୁଇ ଜଣକର ପୁତ୍ର ହେଲେ? ସେହିଭଳି ରଧିକାଦେଇପୁର ପଞ୍ଚାୟତରେ ମଧ୍ୟ ସମାନ ଦୁର୍ନୀତି ହୋଇଛି। ସରକାରୀ ସହାୟତା ହଡ଼ପ କରିବାକୁ ଯାଇ ଜଣେ ମହିଳାଙ୍କୁ ଦୁଇଥର ଜୁଇ ଉପରେ ଶୁଆଇ ଦିଆଯାଇଛି। କଅଂସ ଗ୍ରାମର ଦୂର୍ଗାବତୀ ଜେନା ମାର୍ଚ୍ଚ ମାସ ୧୧ ତାରିଖ ୨୦୨୨ରେ ମୃତ୍ୟୁବରଣ କରିଥିଲେ। ତେବେ ମୋହନ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅ ଭାବେ ଦର୍ଶାଇ ଦୁଇଥର ଅର୍ଥ ଆତ୍ମସାତ ହୋଇଥିବା ଜଣାପଡ଼ିଛି। ଉଭୟ ସ୍ଥାନରେ ଗୋଟିଏ ମୋବାଇଲ ନମ୍ୱର୍ ବ୍ୟବହାର ହୋଇଛି। ସେହିପରି କଅଂସ ଗ୍ରାମର ନିରଞ୍ଜନ ପାତ୍ର ଦୁଇଥର ମୃତ୍ୟୁବରଣ କରିଥିବା ଦର୍ଶା ଯାଇ ଦୁଇଥର ଅର୍ଥ ଆତ୍ମସାତ ହୋଇଛି। ଏହି ଗ୍ରାମର ଅନାଦି ଖଣ୍ଡାଙ୍କ ମୃତ୍ୟୁ ପରେ ପୁଅ ମହେଶ୍ୱର ଦୁଇଥର ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ନେଇଥିବା ଶ୍ରୀ ପ୍ରସାଦ କହିଛନ୍ତି। ଗୋଟିଏ ଦିନରେ ଖଇଲୋ ଗ୍ରାମର ଭୀମସେନ ପାତ୍ର, ମଧୁସୂଦନ ପାତ୍ର ଓ ଭାନୁ ପାତ୍ରଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରାଇ ସହାୟତା ଅର୍ଥ ବାଟମାରଣା କରାଯାଇଥିବା ଜଣାପଡିଛି। ଏହି ପଞ୍ଚାୟତରେ ନିର୍ଦ୍ଦିଷ୍ଟ ୫ଟି ମୋବାଇଲ ନମ୍ବରକୁ ୧୫୦ରୁ ଅଧିକ ଲୋକଙ୍କ ନାମରେ ଯୋଡ଼ା ଯାଇ ଅର୍ଥ ପ୍ରଦାନ କରାଯାଇଥିବା ମିଥ୍ୟା ବୋଲି ଯଜ୍ଞ ପ୍ରସାଦ ସାହୁ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। ଅନେକ ସରକାରୀ ଚାକିରିଆଙ୍କ ନାମରେ ମଧ୍ୟ ହରିଶ୍ଚନ୍ଦ୍ର ସହାୟତା ପ୍ରଦାନ କରାଯାଇଛି। ସେହିପରି ମୃତ୍ୟୁର ୧୫ ଦିନ ମଧ୍ୟରେ ଆବେଦନ କରିଥିବା ଗରିବ ପରିବାରକୁ ଏହି ସହାୟତା ମିଳିବା ପାଇଁ ସରକାରୀ ନିର୍ଦ୍ଦେଶାବଳୀ ରହିଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ ଭାବେ ଉଲ୍ଲଂଘନ କରାଯାଇଥିବା ଶ୍ରୀ ପ୍ରସାଦ କହିଛନ୍ତି। ବିଜେଡି ସରକାର ସମୟରେ ଏହି ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିଲା ଓ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଉପଖଣ୍ଡର ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜୀବୀ ମହଲରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *