ବିଦ୍ୟାଳୟ ସ୍ତରୀୟ ଜାତୀୟ ବିଚ୍ ଭଲିବଲ ପ୍ରତିଯୋଗିତା

ପୁରୀ ଜିଲ୍ଲା ଡି ପି ସି କାର୍ଯ୍ୟାଳୟ ଠାରେ ୬୮ ତମ ଜାତୀୟ ବିଚ୍ ଭଲିବଲ୍ ପ୍ରତିଯୋଗିତା ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ସପନ କୁମାର ଜେନା ସଭାପତିତ୍ବ କରିଥିଲେ । ସମୁଦାୟ ୨୨ ଗୋଟି ରାଜ୍ୟ ରୁ ୨୨ ଟି ଟିମ୍ ର ୨୦୦ ରୁ ଊର୍ଦ୍ଧ୍ବ ଖେଳାଳି , କୋଚ୍, ମ୍ୟାନେଜର ଓ ଅଫିସିଆଲ୍ ଯୋଗଦାନ କରୁଥିବାର ଆକଳନ କରାଯାଇ ସେମାନଙ୍କ ରହିବା, ଖାଇବା ଓ ଗମନାଗମନ ବିଷୟରେ ଆଲୋଚନା କରାଯାଇ ସୁବ୍ୟବସ୍ଥା କରାଯିବାର ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ପରିଚାଳନା କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯିବା ସହ ପ୍ରତ୍ୟେକଙ୍କୁ ନିଜ ନିଜର ଦାୟିତ୍ଵ ପ୍ରଦାନ କରାଯାଇଛି । ଏଥିପାଇଁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଦକ୍ଷ ଓ ଅଭିଜ୍ଞ ଶାରୀରିକ ଶିକ୍ଷା ଶିକ୍ଷକ ମାନଙ୍କୁ ଡକାଯାଇ ଦାୟିତ୍ଵ ନିର୍ବାହ ପାଇଁ ଅନୁରୋଧ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢ଼ୀ, ଓଡ଼ିଶା ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ନିର୍ଦେଶକ ଜ୍ୟୋତିପ୍ରସାଦ ପରିଡ଼ା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ସମରଥ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଜାତୀୟ ସ୍ତରୀୟ ବିଚ୍ ଭଲିବଲ୍ ରେଫରୀ ଶାସ୍ବତ ଭାରତୀୟ, ଜିଲ୍ଲା ବିଦ୍ୟାଳୟ ସମୂହ ଶାରୀରିକ ଶିକ୍ଷା ଅଧିକାରୀ ମହେନ୍ଦ୍ର କୁମାର ବିଶ୍ବାଳ, ଜିଲ୍ଲାର ବିଭିନ୍ନ ମଣ୍ଡଳର ମଣ୍ଡଳ ଶିକ୍ଷାଧିକାରୀ ସମୂହ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବିଜନ କୁମାର ପାତ୍ର, ଡଃ ବି ବି ରଥ , ପୁରୀ ସଦର ମଣ୍ଡଳର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ବିଭିନ୍ନ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଉପସ୍ଥିତ ଥିଲେ। ମହେନ୍ଦ୍ର କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *