ଶିକ୍ଷକ କୁ ଲୁହା ଛଡ଼ରେ ଗୋଡେଇ ଗୋଡେଇ ପିଟିଲେ ପ୍ରଧାନ ଶିକ୍ଷୟତ୍ରୀ
ଗଞ୍ଜାମ ଜିଲ୍ଲା ସୋରଡ଼ା ଜୟସିଙ୍ଗି ଗ୍ରାମରେ ଥିବା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପଡ଼ିଛି ତାଲା । ବିଦ୍ୟାଳୟ ସମ୍ମୁଖରେ ଛାତ୍ର ଛାତ୍ରୀଙ୍କ ଧାରଣା । ପ୍ରଧାନ ଶିକ୍ଷୟତ୍ରୀ ଅଦିତି ବାଳା ପଣ୍ଡା ବିଦ୍ୟାଳୟ ର କାର୍ଯ୍ୟରତ ଶିକ୍ଷକ ରାଧାକାନ୍ତ ରଞ୍ଜିତଙ୍କୁ ଲୁହା ଛଡ଼ ରେ ପିଟି ଥିବା ଘଟଣା କୁ ନେଇ ହୋଇଚି ଏହିଭଳି ପରିସ୍ଥିତି ଦେଖା ଦେଇଛି । ସୂଚନା ମୁତାବକ ଅଦିତି ବାଳା ପଣ୍ଡା ପ୍ରଧାନ ଶିକ୍ଷୟତ୍ରୀ ଭାବେ 6 ମାସ ହେଲା ଦାୟିତ୍ଵ ନିର୍ବାହ କରୁଛନ୍ତି କିନ୍ତୁ ସେ ଦାୟିତ୍ଵ ନେବା ଦିନଠାରୁ ବିଦ୍ୟାଳୟରେ ବହୁତ୍ ବିବାଦ ହେବା ସହ ସେ ଏକ ଛତ୍ର ବାଦ ଶାସନ ଚଳାଉଥିବା ଅଭିଯୋଗ ହୋଇଛି ।ଶିକ୍ଷକ ରାଧାକାନ୍ତ ରଞ୍ଜିତ ଚଳିତ ମାସ 19 ତାରିଖରେ ଗୋଟିଏ ଦିନ ଅର୍ଥାତ୍ 20 ତାରିଖ ପାଇଁ ଛୁଟି ଦରଖାସ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଆବେଦନ କରିଥିଲେ । କିନ୍ତୁ ଆଜି (21/11/24) ସେ ଦେଖିଲା ବେଳକୁ ଉପସ୍ଥାନ ଖାତାରେ ପ୍ରଧାନ ଶିକ୍ଷୟତ୍ରୀ ଲାଲ ରଙ୍ଗର ଗାର ଟଣା ଯାଇଥିଲା ଯାହା ବିଷୟରେ ଶିକ୍ଷକ ପଚାରିବାରୁ ପ୍ରଧାନ ଶିକ୍ଷୟତ୍ରୀ ଉତ୍କ୍ଷିପ୍ତ ହୋଇ ଏକ ଲୁହା ଛଡ଼ରେ ଶିକ୍ଷକ ଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଶିକ୍ଷକ ନିଜର ପ୍ରାଣ ବଞ୍ଚାଇବାକୁ ଯାଇ ପ୍ରଥମେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ପରେ ସୋରଡ଼ା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଆଜି ସ୍ଥାନୀୟ ଲୋକ ଏବଂ ବିଦ୍ୟାଳୟ ଛାତ୍ର ଛାତ୍ରୀ ବିଦ୍ୟାଳୟରେ ତାଲା ପକାଇ ସମ୍ମୁଖରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି । ପ୍ରଧାନ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସହକାରୀ ଶିକ୍ଷକ ମାନଙ୍କୁ ଜାତିଆଣ ଆକ୍ଷେପ ଓ ଭେଦ ଭାବ ଓ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବା କେମେରା ସାମ୍ନାରେ କହିଛନ୍ତି ।
