ଜାତୀୟ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଓଏଭି କୁସୁମୀ ଆଦର୍ଶ ବିଦ୍ୟାଳୟ ର ୩ ଛାତ୍ର l

ନଭେମ୍ବର ୨୫ ରୁ ୨୯ ଯାଏଁ ସ୍କୁଲ୍ ଗେମ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SGFI) ତରଫରୁ ଅନୁଷ୍ଠିତ ହେଉଥିବା ଜାତୀୟସ୍ତରୀୟ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁସୁମୀର ତିନି ଜଣ ଛାତ୍ର ସ୍ଵସ୍ତିକ ଦାସ, ଆଲୋକ କୁମାର ଗଉଡ଼ ଏବଂ ଶାଶ୍ଵତ ପଣ୍ଡା ମନୋନୀତ ହୋଇ ଛତିଶଗଡର ମହାସମୁନ୍ଦ ଅଭିମୁଖେ ଯାତ୍ରା କରିଛନ୍ତି ।

ଯାଜପୁର ଠାରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଭାଗ ନେଇ ଉତ୍ତମ ପ୍ରଦର୍ଶନ କରି ଜାତୀୟସ୍ତରକୁ ମନୋନୀତ ହୋଇଥିଲେ । ତେବେ ଜାତୀୟସ୍ତରରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିବେ ବୋଲି ଆଦର୍ଶ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ମଧୁସୂଦନ ମିଶ୍ର, ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ସେଠୀ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ଭାଗିରଥି ସ୍ୱାଇଁ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅମିତା ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *